ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଧନ୍ୟ ହେ ମହାତ୍ମା

ଧନ୍ୟ ହେ ମହାତ୍ମା

            (ରାଗ – ଶଙ୍କରାଭରଣ)

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଧନ୍ୟ ହେ ମହାତ୍ମା ତୁମେ ଧନ୍ୟ ତୁମ କୀର୍ତ୍ତି
ଧନ୍ୟ କାର୍ଯ୍ୟକଳାପ ହେ ମନେ ପଡ଼ ନିତି
ଧନ୍ୟ ହେ ଜାତିର ପିତା,
ଧନ୍ୟ ହେଲ ଧରା ଧାମେ ହେ ଜଗତଜିତା ll୧ ll
ଅହିଂସା ବଳରେ ତୁମେ କିଣିଲ ହୃଦୟ
ପରାଧୀନ ଭାରତକୁ କରାଇ ବିଜୟ
ବିଦେଶୀ ମାନେ ଡରିଲେ,
ତୁମେ ଜିତି ଗଲେ ବାପୁ ସିଏ ହାରିଗଲେ ll୨ll
ସ୍ୱାଧୀନତା ସଂଗ୍ରାମର ହେ ମୁଖ୍ୟ ପୁରୋଧା
ଅସହଯୋଗ ଯୁଦ୍ଧର ତୁମେ ମହା ଯୋଦ୍ଧା
ତୁମ ଅହିଂସା ନୀତିକୁ,
କୋଟି ପ୍ରଣାମ ଜଣାଏ ମନ ଜିତିବାକୁ ll୩ ll
ସତ୍ୟାଗ୍ରହ ବେଳେ ବାପୁ ନିଷ୍ଠାର ସହିତ
କେତେ କଷ୍ଟ ସହି ନାହଁ ଦେଖିଛି ଭାରତ
ଧନ୍ୟ ତୁମେ ହେ ମହାତ୍ମା ,
ତୁମ ପାଇଁ ଆମେ ସବୁ ହେଉଛୁ ଶକତା ll
କେତେ କୁସଂସ୍କାର ସବୁ ଦୂର କରିଥିଲ
ନାରୀ ଜାଗରଣ କରି ଆଗରେ ରଖିଲ
ଛୁଆଁ ଅଛୁଆଁ ଭାବକୁ,
ଦୂର କରି ଥିଲ ବାପୁ ଧରି ଏକତାକୁ ll୫ll
ଧନ୍ୟ ତୁମ କୀର୍ତ୍ତି ରାଜି ଧନ୍ୟ ହେ ଜୀବନ
ସ୍ୱଚ୍ଛ ଦେଶ ଗଢିବାରେ ବଳାଇଲ ମନ
ତୁମ ପଥ ଅନୁସରି,
ଚାଲୁଛି ଚାଲିବ ଆମ ଜୀବନ ସବୁରି ll୬ll

ଫୁଲବାଣୀ, କନ୍ଧମାଳ

Related posts

ବର୍ଷା ପବନରେ ଗଛ ପଡ଼ି ରାସ୍ତା ଅବରୋଧ

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ନବମସ୍ବରୂପ ମାତା ସିଦ୍ଧିଦାତ୍ରୀ

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ଭଲ ପାଅ ଅହିଂସାକୁ

Sunil Chandra Nayak

Leave a Comment

error: Content is protected !!