ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଉଡୋଳା ଛକରେ ସରକାରୀ ବସ, ଟ୍ରଲର ଓ ମିନିଟ୍ରକ ମଧ୍ୟରେ ଦୁର୍ଘଟଣା, ୨ ଗୁରୁତର

କୋକସରା,୧୮/୯- ( ମ ନି ସ)  କଳାହାଣ୍ଡି ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ କୋକସରା ବ୍ଲକ କାଉଡୋଳା ଛକ ନିକଟରେ ରବିବାର ସନ୍ଧ୍ୟାରେ ୩ଟି ଗାଡି ମଧ୍ୟରେ ଦୁର୍ଘଟଣା ଘଟିଛି । ଓଡି ୦୨ ଏଚ୍ ୨୧୬୪ ନମ୍ବର ରସରକାରୀ ଯାତ୍ରୀବାହୀ ବସ , ଓଡି ୧୫ ଟି ୬୬୨୫ ନମ୍ବର ର ଟ୍ରକ ଓ ଓଆର୍ ୦୮ ଜି ୬୨୭୯ ନମ୍ବର ର ଏକ ୪୦୭ ମିନି ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ୪୦୭ ରେ ଥିବା ୨ ଜଣ ଦୁର୍ଘଟଣାରେ ଗୁରୁତର ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ କୋକସରା ଦମକଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଦୁଇ ଗୁରୁତରଙ୍କୁ କୋକସରା ହସ୍ପିଟାଲରେ ନେଇ ଭର୍ତ୍ତି କରିଥିବା ସୂଚନା ମିଲିଛି। ଦୁଇଜଣ ଗୁରୁତର ହେଲେ ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କର ପ୍ରସାଦ ଚଣ୍ଡି(୫୫) ଓ ରାଜକୁମାର ବଗର୍ତ୍ତି (୫୭) ବୋଳି ସୁଚନା ମିଲିଛ। ଦୁର୍ଘଟଣା ଗ୍ରସ୍ତ ବସ ଟି ମୋଟୁ ରୁ ଭବାନୀପାଟଣା ଯାଉଥିବା ବେଳେ ଟ୍ରକ ଟି ନାଗପୁର ରୁ କାକରିଗୁମ୍ମା ଓ ୪୦୭ ମିନି ଟ୍ରକ ଟି ଜୁନାଗଡ଼ ଯାଉଥିବା ବେଳେ କାଉଡୋଳା ଛକରେ ଦୁର୍ଘଟଣା ହୋଇଛି। ବସ ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଦୁର୍ଘଟଣା ଫଳରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ରାସ୍ତ ଜାମ ହୋଇ ପଡିଥିଲା ପରେ ଆମପାଣି ପୋଲିସ ଓ ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ହଟାଇବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। ତେବେ କାଉଡୋଳା ଛକରେ ବାରମ୍ବାର ଦୁର୍ଘଟଣା ବୃଦ୍ଧି ପାଉଥିବା କାରଣରୁ ରାସ୍ତାର ଉଭୟ ପାର୍ଶ୍ଵରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ସ୍ପିଡ ବ୍ରେକର ଲଗାଇବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ତୃପ୍ତି ରାଣୀ ପାତ୍ର ଙ୍କ କବିତା ମଣିଷ

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ତୁମ ପାଇଁ ପ୍ରଭୁ ଚିଠି

Sunil Chandra Nayak

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ(ଏମ୍ସ) , ୩୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ଏବେ ମାଗଣା

Leave a Comment

error: Content is protected !!