ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମସ୍କାଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ନର୍ଲା/22/10/22/ମସିହା/ ନର୍ଲା ଥାନା ଅନ୍ତର୍ଗତ ,କମର୍ଦ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମସ୍କାଗୁଡା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2022 ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଏମ. ଏମ.ବି. ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହିମାଂଶୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟlନନ୍ଦ ବେରୁକ,ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେରୁକ,ଶ୍ରୀଯୁକ୍ତ ଭୋଦେବ ନିଆଲ, କମର୍ଦ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅର୍ଚନା ମିଶ୍ର, ଶ୍ରୀଯୁକ୍ତ ଗୋବିନ୍ଦ ସାହୁ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ବକ୍ତୃତା, ବିତର୍କ, ଶୃତଲିଖନ, ହସ୍ତାକ୍ଷର ଲିଖନ, ସୃଜନଶୀଳ ଲିଖନ, ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ, ଗୀତ ତଥା ଦଳଗତ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ 60 ଜଣ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା l ସମସ୍ତ କାର୍ଯ୍ୟକ୍ରମ ଟି ମସ୍କାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଧାନ ପରିଚାଳନା କରିଥିବା ବେଳେ ପ୍ରତିଯୋଗିତା ପ୍ରମୁଖ ଭାବେ ଶିକ୍ଷକ ଭବାନୀ ଶଙ୍କର ବାରିକ କାର୍ଯ୍ୟ ତୁଲାଇ ଥିଲେ l ଶିକ୍ଷକ ଶ୍ରୀଯୁକ୍ତ ବିଭୁତି ଭୂଷଣ ତାଣ୍ଡି ଓ ଶ୍ରୀଯୁକ୍ତ ଝସକେତନ ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିଲେ l କାଯ୍ୟକ୍ରମ ଆରମ୍ଭରେ କୋଭିଡ 19 ରେ ଦେହାନ୍ତ ହୋଇଥିବା ସ୍ବର୍ଗତ ଶିକ୍ଷକ ଦାମୋଦର ଭୋଇ, ଶିକ୍ଷକ ସତ୍ୟବାନ ସା, ଶିକ୍ଷକ ହରେନ୍ଦ୍ର ପ୍ରଧାନୀ, ଶିକ୍ଷକ ଅଭୟ ମାଝୀ, ଶିକ୍ଷୟିତ୍ରୀ ସଂଗୀତା ମିଶ୍ର ଙ୍କ ଅମର ଆତ୍ମା ର ସଦଗତି କାମନା ପାଇଁ ମୌନ ପ୍ରାର୍ଥନା କରାଯାଇଥିଲା l ଶିକ୍ଷକ ଶ୍ରୀଯୁକ୍ତ ବିଭୁତି ଭୂଷଣ ତାଣ୍ଡିଙ୍କ ଦ୍ୱାରା ଅତିଥି ତଥା କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ର, ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ସୁରେଶ ଚନ୍ଦ୍ର ଭୋଇ, ଜିତେନ୍ଦ୍ର କୁମାର ସିଂ, ଭାଗିରଥି ବେରୁକ, ସୁବ୍ରତ କୁମାର ବୁଦ୍ଧିଆ, ପ୍ରମୋଦ କୁମାର ସାହୁ, ଶିବ ସୁନ୍ଦର ସାହୁ,ସନ୍ତୋଷ କୁମାର ସାହୁ, ଅଜିତ କୁମାର ସାହୁ, ତୁଳସିରାମ ପଧାନ, ଜୋତ୍ସ୍ନା କୁମାରୀ ଲିମା, ରାଜେଶ୍ୱରୀ ବେହେରା, ନିରଞ୍ଜନ ବୁଦ୍ଧିଆ, ନିରାକାର ସାହୁ, ଅଭିମନ୍ୟୁ ଫତେସିଂ, ସହଦେଵ ପାତ୍ର, ବାବୃ ବାହାନ ଭୋଇ ସୂର୍ଯ୍ୟମଣୀ ପାତ୍ର, ଚନ୍ଦ୍ର ଶେଖର ଛତର, ଅକ୍ଷୟ ବେହେରା,ଭରତ ଚନ୍ଦ୍ର ରାଇଗୁରୁ,ଦୟାନିଧି ପଧାନ ବବିତା ପଧାନ, ମନୋରମା ବେରୁକ, ସୌଦାମିନୀ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ଦୀପକ କୁମାର ଠାକୁର ଙ୍କ ରିପୋର୍ଟ 

Related posts

ଖରିଆରରୋଡ଼ ସହର ରୁ ଅପମିଶ୍ରିତ ନକଲି ବିଦେଶୀ ମଦ ଜବତ

ଏଟିଏମ ଲୁଟ ଉଦ୍ୟମ ବିଫଳ 

Sunil Chandra Nayak

ଟ୍ରାକ୍ଟର ଓଲଟି ଚାଳକ ମୃତ

Sunil Chandra Nayak

Leave a Comment

error: Content is protected !!