ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ଏନ ପି ଏସ ଶିକ୍ଷକ ସଂଘ ର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

କୋକସରା,୧୮/୯-( ମ ନି ସ) କୋକସରା ଶିକ୍ଷା ବିଭାଗରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ ରବିବାର କୋକସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କୋକସରା ନୋଡାଲ ସି.ଆର.ସି.ସି ବୈକୁଣ୍ଠ ଜାଲ ଙ୍କ ଆବାହନ କ୍ରମେ କୋକସରା ବ୍ଲକର ସମସ୍ତ ବର୍ଗର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଅଲ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ଏନ.ପି.ଏସ ) ସଂଘରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ବରିଷ୍ଠ ଶିକ୍ଷକ ସତ୍ୟବାନ ପାଣିଗ୍ରାହୀ, ସଂଜୀବ କୁମାର ପାଢୀ ଏହି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବୈକୁଣ୍ଠ ଜାଲ ମଞ୍ଚ ପରିଚାଲନା କରିଥିଲେ। କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ସୁବାଷ ଚନ୍ଦ୍ର ବାଗ, ଉପ ସଭାନେତ୍ରୀ କୌଶଲ୍ୟା ନାଏକ, ଅଜିତ କୁମାର ସାହୁ, ଏକ୍ସକେଡର ଶିକ୍ଷକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକ, ସଂପାଦକ ଦେବିସିଂ ମାଝୀ, କନିଷ୍ଠ ବର୍ଗ ଶିକ୍ଷକ ସଂଘ ସଭାପତି ସୁମନ ଅର୍ପିତ ପଣ୍ଡା , ପଦ୍ମଲୋଚନ ସାହୁ, ଶୁଭ୍ରାଶୁଂ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ପରେ ଆଗାମୀ ଦିନରେ ସଂଘକୁ ମଜବୁତ କରିବା ସହିତ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ତଥା ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଂଗଠନର ଦରକାର ବୋଲି ମତ ପ୍ରକାଶ ପାଇଛି। ଏହି ବୈଠକରେ ସର୍ବସମ୍ମତି କ୍ରମେ ଏନ ପି ଏସ ନୂତନ ସଙ୍ଘ ର ସଭାପତି ରୂପେ ଚନ୍ଦ୍ରମୋହନ ପୁଝାରୀ, କାର୍ଯ୍ୟକାରୀ ସଭାପତି ରଂଜିତ୍ ଖମାରୀ, ଉପ ସଭାପତି ତ୍ରିନାଥ ନାଗ, ତ୍ରିନାଥ ବାଗ, କୌଶଲ୍ୟା ନାଏକ, ପଦ୍ମଲୋଚନ ସାହୁ, ସାଧାରଣ ସଂପାଦକ ବେଣୁଧର ନାଏକ, ସହ ସଂପାଦକ ଭବେଶ କୁମାର ସାହୁ, ସନାତନ ପଣ୍ଡା, ଜୟଶ୍ରୀବାଲା ନାୟକ, ସଂଗଠନ ସଂପାଦକ ସୁବାଷ ଚନ୍ଦ୍ର ବାଗ, କୋଷାଧ୍ଯକ୍ଷ ବବୃବାହନ ବିଶି, ମିଡିଆ କୋର୍ଡିନେଟର ଅଜିତ କୁମାର ସାହୁ, ଈଶ୍ବରୀ ପ୍ରସାଦ ଅଗସ୍ତି ଙ୍କୁ ମନୋନୀତ କରାଯାଇଛି। ଉପଦେଷ୍ଟା ମଣ୍ଡଳୀରେ ସତ୍ୟବାନ ପାଣିଗ୍ରାହୀ, ସଂଜୀବ କୁମାର ପାଢୀ, ବୈକୁଣ୍ଠ ଜାଲ, ଗଗନ ବିହାରୀ ପଟ୍ଟନାୟକ, ରତ୍ନାକର ବେମାଲ, ସୁମନ ଅର୍ପିତ ପଣ୍ଡା, ସୁନିଲ କୁମାର ଦାସ ମନୋନୀତ ହୋଇଥିଲେ । ଏହି ଅବସର ରେ ନବନିର୍ବାଚିତ ଶିକ୍ଷକ ସଂଘ କର୍ମକର୍ତ୍ତ ଙ୍କୁ ସତ୍ୟବାନ ପାଣିଗ୍ରାହୀ ଶପଥ ପାଠ କରାଇଥିଲେ ଏବଂ ଆସନ୍ତା ୨୪/୯/୨୦୨୨ ରିଖ ଦିନ ଏନ.ଏମ.ଓ. ପି.ଏସ ଗଠନ ଉପରେ ମତ ପ୍ରକାଶ ପାଇଥିଲା। ପରିଶେଷରେ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ବେଣୁଧର ସୂତାର ଙ୍କ କବିତା ନିଃସର୍ଗ ଜୀବନ ଧାରା 

Sunil Chandra Nayak

ଡେଙ୍ଗଫାର୍ଷି ଗ୍ରାମର ଏୟାରଟେଲ ଲିଙ୍କ୍ ଟାଓ୍ବାରକୁ 4G ଟାଓ୍ବାର ଭାବରେ ସଂଯୋଗ କରଣ ଦାବି ପୂରଣ

Sunil Chandra Nayak

ନର୍ଲା ବ୍ଲକ୍ ଅଧୀନ ବିଭିନ୍ନ ପଞ୍ଚାୟତକୁ ଟେଙ୍କର୍ ସାହାଯ୍ୟରେ ପାନୀୟ ଜଳଯୋଗାଣ

Leave a Comment

error: Content is protected !!