ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା 

ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୯ ବର୍ଷ ନାବାଳିକା ର ଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାର କରି ୨୧ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନ ର ସେତେବେଳେ ବୟସ ୩୦, କୋଟଗଡ ତଳିପଟି ସାହି କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ଦୁଇ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାର ଙ୍କ ତରଫରୁ ପୋକ୍ସ୍ କୋର୍ଟ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ଉକ୍ତ ମକଦ୍ଦମା ପରିଚାଳନା କରୁଥିଲେ।

    ସୁଚନା ଅନୁସାରେ ତୃତୀୟ ଶ୍ରେଣୀ ପଢୁଥିବା ନାବାଳିକା କୁ ତା ୨୨.୦୯.୨୦୧୮ରିଖ ଦିନ ୨ଟା ବେଳେ ପଡ଼ିଆ କୁ ଝାଡ଼ା ଯାଇ ଫେରିବା ବେଳେ ଅଭିଯୁକ୍ତ ନାବାଳିକା ର ପାଟିକୁ ଚାପି ଧରି ଅପହରଣ କରି ହାତକଟାଜମି ନିକଟସ୍ଥ ଭାଲିଆତୋଟା କୁ ନେଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲା। ନାବାଳିକା ଯନ୍ତ୍ରଣା ରେ ବଞ୍ଚାଅ ‌ବଞ୍ଚାଅ ଚିତ୍କାର କରିବାରୁ ତା’ଛାତିକୁ କାମୁଡି,ବେକକୁ ଚିପି ଧରି ମାରି ଦେଇଥିଲା।

    ପ୍ରକାଶ ଥାଉକି ନାବାଳିକା ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ଏବଂ ଗ୍ରାମର ଲୋକମାନେ ମିଶି ସାହି ପଡିଶା ଏବଂ ସମ୍ପର୍କୀୟ ମାନଙ୍କୁ ପଚାରି ଖୋଜାଖୋଜି କରି ନ ପାଇବାରୁ ନାବାଳିକା ର ପିତା କୋଟଗଡ଼ ଥାନାରେ ନିଖୋଜ ରିପୋର୍ଟ ଦେଇଥିଲା । ଅଭିଯୋଗ କୁ ଭିତ୍ତିକରି ଥାନାଧିକାରୀ କୋଟଗଡ଼ ଥାନା କେଶ୍ ନମ୍ବର ୪୩/୨୨.୦୯.୨୦୧୮ରେ ପଞ୍ଜିକରଣ କରି ଅନୁସନ୍ଧାନ କରୁଥିଲେ। ନାବାଳିକା ର ପିତା ଓ ଗ୍ରାମବାସୀ ମାନେ ଖୋଜି ଖୋଜି ହାତକଟାଜମି ନିକଟସ୍ଥ ଭାଲିଆତୋଟା ରେ ପହଞ୍ଚି,ଦେଖିଲେ ଯେ ଅଭିଯୁକ୍ତ କାଦୁଅ ପାଣି ଲାଗି ଥାଇ ଭାଲିଆତୋଟା ଆଡୁ ଆସୁଥିଲା ଆଉ ପଚାରିବାରୁ ଟ୍ରାକ୍ଟର ଖରାପ ହେବାରୁ ମୁଁ ସେପଟୁ ଆସୁଅଛି କହି ତର ତର ହୋଇ ପଳେଇ ଗଲା। ତାପରେ ପିତା ଓ ଗ୍ରାମବାସୀ ମାନେ ଅଭିଯୁକ୍ତ ଆସୁଥିବା ରାସ୍ତା ଦେଇ ଆଗକୁ ଯାଇ ଖୋଜିବାରୁ ନାବାଳିକା ର ମୃତ ଦେହ ଉଲଗ୍ନ ଅବସ୍ଥାରେ ପଡ଼ି ଥିବାର ଦେଖି ଥାନାକୁ ଖବର ଦେବାରୁ ପୋଲିସ ଟିମ୍ ଆସିଥିଲା। ସନ୍ଧ୍ୟା ହୋଇ ଥିବାରୁ ଗ୍ରାମବାସୀ ସହ ପୋଲିସ ମୃତ ଦେହ କୁ ସକାଳ ଯାଏଁ ଜଗି ରହିଲେ। ସକାଳେ ସାଇଣ୍ଟିଫିକ୍ ଟିମ୍, ମାଜିଷ୍ଟ୍ରେଟ୍,ପୋଲିସ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅନୁସନ୍ଧାନ କରିଥିଲେ। ଅନୁସନ୍ଧାନ ପରେ ଥାନାଧିକାରୀ ଅଭିଯୁକ୍ତ କୁ ଗିରଫ କରି ଅଦାଲତରେ ହାଜର କରାଇଥିଲେ। ଆଜି ତା ୨୯.୧୦.୨୦୨୨ରିଖରେ ବିଚାରପତି ଶ୍ରୀଯୁକ୍ତ ସାହୁ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାର ଙ୍କ ନିୟମ ଅନୁସାରେ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

ବେସରକାରୀ ଜମିରେ ସରକାରୀ କାର୍ଯ୍ୟ କେତେ ଯୁକ୍ତିଯୁକ୍ତ, ତଦନ୍ତ ପାଇଁ ଦାବି

Sunil Chandra Nayak

ବୋର୍ଡି ଠାରେ ବ୍ଲକ ସ୍ତରୀୟ ମିଳିତ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

Leave a Comment

error: Content is protected !!