ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୌଦ୍ଧ ବ୍ଲକ ସ୍ତରୀୟ ଅକ୍ଟୋବର ମାସର ଦ୍ଵିତୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ :-29/10:-ବୌଦ୍ଧ ବ୍ଲକ ସ୍ତରୀୟ ଅକ୍ଟୋବର ମାସର ଦ୍ଵିତୀୟ ଶିକ୍ଷା ସମୀକ୍ଷା ବୈଠକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ଅଧ୍ୟକ୍ଷତାରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ଆର୍ଥିକ ପରିଚାଳନା ଡିଜି ଗଭ ବିଷୟରେ ଆସନ୍ତା ତା 6-11-22ରେ ତାଲିମ ଦିଆଯିବ, ସ୍କୁଲ ବ୍ୟାଗ, ଇଲେକ୍ଟ୍ରି ବିଲ, ନଭେମ୍ବର ମାସର ଦ୍ଵିତୀୟ ଶନିବାର “ବହି ଏକ ଉତ୍ତମ ବନ୍ଧୁ “ବିଷୟରେ ଆଲୋଚନା କରିବା, ସ୍କୁଲ ପରିବେଶ ପରିଷ୍କାର ପରିଛନ୍ନ ରଖିବା, ମଧ୍ୟାହ୍ନ ଭୋଜନ ପାଠପଢାକୁ ତଦାରଖ କରିବା, ଆସନ୍ତା 31ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରିବା ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ଆଲୋଚନା କରିଥିଲେ l ଏନ ଏମ ଏମ ଏସ ଆବେଦନର ନକଲ କାର୍ଯ୍ୟାଳରେ ଦାଖଲ କରିବାକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ସୂଚନା ଦେଇଥିଲେ l ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ତଥା ସୁପରିଚାଳନା କରିବାକୁ ଭାରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ କୁମାର ପ୍ରଧାନ ସୂଚନା ଦେଇଥିଲେ l ସ୍କୁଲ ମନିଟରିଙ୍ଗ,ସୁନେତ୍ର ଯୋଜନା, ମୋ ସ୍କୁଲ ୟୁ ସି, ଶିକ୍ଷକ ପ୍ରୋଫାଇଲ, ଶିକ୍ଷଣ ପରିପୂରଣ ଉପରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ଆଲୋଚନା କରିଥିଲେ l ସି ଆର ସି ସି ପୂର୍ଣ୍ଣଚନ୍ଦ୍ର କରଡିଆ ଧନ୍ୟବାଦ ଦେଇଥିଲେ l ସି ଆର ସି ସି ରାଜକୁମାର ପ୍ରଧାନ, ସଞ୍ଜୟ କୁମାର ଦେହୁରୀ, ଲବ କିଶୋର ପ୍ରଧାନ, ନିରଞ୍ଜନ ମେହେର, ସନ୍ତୋଷ କୁମାର କର୍ଣ୍ଣ, ଶେଷଦେବ ପ୍ରଧାନ, ଚୌଧୁରୀ ସେଠୀ, ସନ୍ତୋଷ କୁମାର ଶତପଥୀ, ଅରବିନ୍ଦ ମହାଳିକ ପ୍ରମୁଖଙ୍କ ସହିତ ସମସ୍ତ ସି ଆର ସି ସି ଓ କାର୍ଯ୍ୟାଳୟ ସହାୟକ ଉପସ୍ଥିତ ଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମହାଭାରତ କଥା……..୧୦

କେସିଙ୍ଗାରେ କେନ୍ଦ୍ରମନ୍ତ୍ରୀ ଙ୍କ ପରିଦର୍ଶନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!