ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ମୁନିସମାଜ ପକ୍ଷରୁ ବୃକ୍ଷରୋପଣ

ବାଲେଶ୍ବର,୦୧/୬/୨୨- ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଗୁଡିଖାଳ ସ୍ଥିତ ଶିବମୁନି ଯୋଗାଶ୍ରମ ଆନୁକୂଲ୍ୟରେ ମୁନି ଭାଇ ଭଉଣୀ ମାନଙ୍କୁ ନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଜିର ସମାଜରେ ମାନବ ସମାଜ ପାଇଁ ବୃକ୍ଷର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୃକ୍ଷ ହିଁ ଜୀବନ, ଵୃକ୍ଷ ବିନା ଏ ସୃଷ୍ଟି ତିଷ୍ଠି ରହିବା ସମ୍ଭବ ନୁହେଁ ବୋଲି ଅତିଥି ମାନେ ମତବ୍ଯକ୍ତ କରିଥିଲେ । ପ୍ରତ୍ଯେକ ମଣିଷ ପକ୍ଷେ ବୃକ୍ଷରୋପଣ ନିତ୍ୟାନ୍ତ ଆବଶ୍ୟକତା ରହିଛି । ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବାର ପ୍ରମୂଖ ଭୂମିକା ବୃକ୍ଷ ବୋଲି ଓଡ଼ିଆ ମୁନିସମାଜର ସଙ୍ଗଠନ ପ୍ରଚାର ମନ୍ତ୍ରୀ ଯୋଗୀ ଅନନ୍ତ ପ୍ରଧାନ ମତବ୍ଯକ୍ତ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମରେ ଯୋଗୀ ବଳରାମ ମୁନି, ଯୋଗୀ ଅରୁଣ ମୁନି, ଯୋଗୀ ଅନନ୍ତ ଦେ, ଯୋଗୀ କୃପାସିନ୍ଧୁ ମୁନି, ଯୋଗୀ ପ୍ରଫୁଲ୍ଲ ମୁନି, ଯୋଗ ଶିକ୍ଷୟିତ୍ରୀ କୋମଳିନୀ ଦେ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଗୋପାଳ କୃଷ୍ଣ ମହାପାତ୍ର, କରୁଣାକର ଚନ୍ଦ, ସାଧୁ ଚରଣ ମୁନି, ଗଦାଧର ମୁନି, ନଗେନ୍ଦ୍ର ମୁନି, ରବୀନ୍ଦ୍ର ମୁନି, ଶ୍ୟାମ ମୁନି, ଚନ୍ଦ୍ରମହୋନ ମୁନି, ନବକୃଷ୍ଣ ମୁନି ଓ ତେନ୍ତୁଳିଆ ଗ୍ରାମର ମୁନି ସମାଜସ ଭାଇ ଓ ଭଉଣୀମାନେ ଉପସ୍ଥିତ ରହି ୧ଶହରୁ ଉର୍ଦ୍ଧ ବୃକ୍ଷ ରୋପଣ କରିଥିଲେ । ଶେଷରେ ଜଗତ କୁମାର ଗିରିଙ୍କ ଧନ୍ଯବାଦ ଅର୍ପଣ ପରେ କାର୍ଯ୍ଯକ୍ରମ ଶେଷ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେ ରିପୋର୍ଟ

Related posts

ଗୌତମ କଚିମ ଙ୍କ କବିତା ବିଜୁଳି ବତି କୁ ସଞ୍ଚୟ କର

Sunil Chandra Nayak

ବାବା ତାରକେଶ୍ୱର ଯଜ୍ଞ ମହୋତ୍ସବ ନିମନ୍ତେ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!