ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଧୁନିକ କଳାଶିଳ୍ସୀ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ ଜୟନ୍ତୀ ପାଳିତ

ରାଉରକେଲା/ ରାଉରକେଲାର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ୍ କଲୋନୀ ସରକାରୀ ୟୁ ପି ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କଳାଶିଳ୍ସୀ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କଳାଶିଳ୍ସୀଙ୍କ କଳଜୟୀ ସୃଷ୍ଟି ଓ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଉତ କହିଲେ ଯେ ସୁରେନ୍ଦ୍ର ମହାନ୍ତି ଓଡିଆ ସାହିତ୍ୟ ଜଗତର ଜଣେ ଅପ୍ରତିଦ୍ଵନ୍ଦୀ କଥାକାର,ଔପନ୍ଯାସିକ, ସୁଦକ୍ଷ ସଂପାଦକ, ସମାଲୋଚକ ଥିଲେ। ତାଙ୍କ ସୃଷ୍ଟିରେ ମାଟି ମଣିଷର କଥା,ଓଡିଶା ର ସାହିତ୍ୟ,ସଂସ୍କୃତି, ପରମ୍ପରାର ଚିତ୍ର ବେଶ ସୁନ୍ଦର ଭାବେ ଚିତ୍ରିତ ହୋଇଛି। ଯାହା ତାଙ୍କୁ ଯଶସ୍ବୀ କରିଛି। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଲେଯେ କଥାକାର ସୁରେନ୍ଦ୍ର ମହାନ୍ତି ନିରୋଳା ଗଦ୍ୟ ସୃଷ୍ଟି କରି ଓଡିଆ ସାହିତ୍ୟରେ ଏକ ସ୍ବତନ୍ତ୍ର ସ୍ବାକ୍ଷର ଛାଡିଯାଇଛନ୍ତି। ଓଡିଆ କ୍ଷୁଦ୍ରଗଳ୍ପ ତାଙ୍କ ହାତ ସ୍ପର୍ଶରେ ପାଇଛି ଅଭିନବ ମର୍ଯ୍ୟାଦା। ସମାଲୋଚନା କ୍ଷେତ୍ର ପାଇଛି ନୂତନ ଦିଗଦର୍ଶନ। ଉପନ୍ୟାସ, ପ୍ରବନ୍ଧରେ ଆମେ ଦେଖୁ ବିଶାଳତାର ଛାପ। ଯାହା ତାଙ୍କୁ ଓଡିଶାର ଜନସାଧାରଣଙ୍କ ପାଖରେ ଯଶସ୍ବୀ କରିରଖିଛି। ସଭାପତି ଶ୍ରୀ ଦୁବେ ଅତିଥିଙ୍କ ପରିଚୟ ସହ ସଭାପତିତ୍ବ ଅଭିଭାଷଣ ପ୍ରଦାନ କରି କହିଲେ ଯେ ଯୋଗଜନ୍ମା ସୁରେନ୍ଦ୍ର ମହାନ୍ତି ଓଡିଆ କଥା ସାହିତ୍ୟର ଅନନ୍ୟ ସାଧକ। ସେ ନାଟକ, ଗଳ୍ପ, ଉପନ୍ୟାସ ଓ ଜୀବନ ଚରିତ୍ର ରଚନା କରି ନିଜ ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ବରିଷ୍ଠ ଶିକ୍ଷୟିତ୍ରୀ ବୀଣାପାଣି ରାୟ, ନିବେଦିତା ମହାନ୍ତି ଓ କ୍ଷଣପ୍ରଭା ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ଶ୍ରୀମତୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ମହିଳାଙ୍କ ଆତ୍ମହତ୍ୟା

Sunil Chandra Nayak

ଜୁନାଗଡ଼ ପୌର ନିର୍ବାଚନ ;୧ ୱାର୍ଡ ସଭ୍ୟ ପ୍ରାର୍ଥୀ ପ୍ରତ୍ୟାହାର ପରେ ଅଧକ୍ଷ୍ୟ ପାଇଁ ୪ ଓ ୱାର୍ଡ ସଭ୍ୟ ୩୫ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର କାଏମ

Sunil Chandra Nayak

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

Sunil Chandra Nayak

Leave a Comment

error: Content is protected !!