ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହା ସମାରୋହରେ ପାଳିତ ହେଲା ଗରିମା-୨୦୨୨

   ରାଉରକେଲା/ ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ‘ ଗରିମା- ୨୦୨୨ ମହାସମାରୋହରେ ସିଭିକ ସେଣ୍ଟର ଠାରେ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ଅଧ୍ୟକ୍ଷ ସୁନିଲ କାୟଲଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଏନଏସପିସିଏଲ ର ଅଧିକାରୀ ପ୍ରତିଭା ସିଂ ମୁଖ୍ୟ ଅତିଥି ଓ ସମାଜସେବୀ ଗଣେଶ ବାଗାଡିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଏଭଳି କାର୍ଯ୍ୟକ୍ରମ ଅନନ୍ୟ ବୋଲି ପ୍ରକାଶ କରିଥିଲେ। ଗରିମା ୨୦୨୨ ଚତୁର୍ଥ ସଂସ୍କରଣ ମହିଳା ସଶକ୍ତିକରଣ ଓ ମହିଳାଙ୍କ ମଧ୍ୟରେ ଥିବା ପ୍ରତିଭା କୁ ବିକଶିତ ତଥା ଲୋକଲୋଚନକୁ ଆଣିବା ତଥା ଓଡିଶାର ବିଭବମୟ ସଂସ୍କୃତିକୁ ମନେପକାଇବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ସଂପାଦକ ଶ୍ରୀ ଜେନା ସଂପାଦକୀୟ ବିବରଣୀ ରେ କହିଥିବା ବେଳେ ଅଧ୍ୟକ୍ଷ ଶ୍ରୀ କାୟଲ ଅତିଥି ଙ୍କୁ ସ୍ଵାଗତ ସହ ପରିଚୟ ପ୍ରଦାନ କରିଥିଲେ। ଉପଦେଷ୍ଟା ଗୋପୀନାଥ ପଟ୍ଟନାୟକ କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ମତରଖିଥିଲେ। ପ୍ରାରମ୍ଭରେ ଅନ୍ୟତମ ଉପଦେଷ୍ଟା ରଶ୍ମିତ ସାହାଣୀ ଗରିମା ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଦିବଙ୍ଗତ ସଦସ୍ୟା ମୀନାକ୍ଷୀ ଧରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ତାଙ୍କ ଅବଦାନ ପାଇଁ ସ୍ବାମୀ ନଳିନୀକାନ୍ତ ଧରଙ୍କୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା କୁନ୍ତି ପ୍ରଧାନ, ସମାଜସେବୀ ମାତିଲଦା କୁଲୁ, ସମାଜସେବୀ ପ୍ରେମା ଦାସ,କୁନି କଳାକାର ଶ୍ରେୟା ମହାନ୍ତିଙ୍କୁ ଗରିମା ୨୦୨୨ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ଗୁଡିକର ଅଧିଷ୍ଠିତ ଦେବୀଙ୍କ ପ୍ରତୀକାତ୍ମକ ରୂପ ପ୍ରଦର୍ଶିତ ହୋଇଥିଲା । ଏହା ସହ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟ ଓ ସଦସ୍ୟା ସସ୍ମିତା ଜେନା ନୃତ୍ୟ ପରିବେଷଣ କରିଥିଲା ବେଳେ ନନ୍ଦିତା ରାଉତ ଗୀତ ଗାଇଥିଲେ । ପ୍ରାରମ୍ଭରେ ବନ୍ଦନା ପଟ୍ଟନାୟକ ମାତୃଶକ୍ତି ସଂଗୀତ ଓ ସ୍ମିତା ମିଶ୍ର, ପିଙ୍କି, ରୀନା, ପଦ୍ମା, ଅନୁମତି,ଲିଲିରାଣୀ ପ୍ରାରମ୍ଭିକ ସଂଗୀତ ଓ ଅନୁଷ୍ଠାନର ସମସ୍ତ ସଦସ୍ୟା ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ପ୍ରଶାନ୍ତି, ପୂଣ୍ୟ, କୃପାଂଶୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଅନ୍ୟତମ ଅତିଥି ଭାବେ ପ୍ରଫୁଲ୍ଲ ସୁନାନୀ, ବିମ୍ବାଧର ପାଢୀ,କମଲ ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମମତା ନାୟକ, ସସ୍ମିତା ଜେନା, ଶାନ୍ତିଲତା ବାରିକ, ପ୍ରଣତୀ ଜେନା, ଦୀପିକା ଦେ,ସିଲି ମହାନ୍ତି, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ, ସୁମିତ୍ରା ଦାଶ,ମମତା ଦାସ,ବନ୍ଦନା ପଟ୍ଟନାୟକ, ସରିତା ମଲ୍ଲ,ମୋନାଲିସା ସାହୁ, ମୋନାଲିସା ଗୌଡ,ଶର୍ମିଲା ରାଜଗୁରୁ,କୁଞ୍ଜବିହାରୀ ରାଉତ, ଡି ନାରାୟଣ ରାଓ, ଦୀପକ ପଣ୍ଡା, ସଞ୍ଜୟ ପ୍ରଧାନ,ପ୍ରଦୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ମମତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମୋନାଲିସା ସାହୁ ଓ ମୋନାଲିସା ଗୌଡ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ସନ୍ୟାସୀ କୁଣ୍ଡାମାଲ-ଛୋରିଆଗଡ଼ ରାସ୍ତା ସୁଧୁରିବ କେବେ,,?

Sunil Chandra Nayak

ଜବର ଦଖଲକାରି କବଳ ରୁ କେବେ ମୁକୁଳିବ   ସାନ ମସିଗା ଯୁବକ ସଙ୍ଘ ଗ୍ରୁହ:ଜିଲ୍ଲା ପ୍ରଶାସନ କରୁ ହସ୍ତକ୍ଷେପ

Sunil Chandra Nayak

ପ୍ରତିଶୃତି ଦେଇ ପ୍ରତିଶୃତି ରକ୍ଷା କଲେ ଗୋଲାମୁଣ୍ଡା ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!