ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେଶବଚନ୍ଦ୍ର ଆଶ୍ରମରେ ନିଃଶୁକ୍ଳ ଆକ୍ୟୁପ୍ରେସର ଚିକିତ୍ସା ଶିବିର ଅନୁଷ୍ଠିତ

 ରାଉରକେଲା/ ବିଶ୍ୱ ଭାତୃତ୍ବ ଦିବ୍ୟାତ୍ମା ପରିଷଦ, ସେକ୍ଟର -୮, ରାଉରକେଲା ଶାଖା ଦ୍ୱାରା ଆଜି ଏକ ନିଃଶୁଳ୍କ ଆକ୍ୟୁପ୍ରେସର୍ ଚିକିତ୍ସା ଶିବିର କେଶବଚନ୍ଦ୍ର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିଟିକୁ ସାର୍ଥକ କରିବା ପାଇଁ ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ଟ୍ରଷ୍ଟ ଓ ଭାଗବତ ଟୁଙ୍ଗିର ସମସ୍ତ ଗୁରୁ ଭାଇ ଓ ଭଉଣୀ ମାନେ ତାଙ୍କର ଆଜି ର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଜନସାଧାରଣ ଙ୍କର ସେବା ରେ ଲାଗିପଡିଥିଲେ। ଶିବାନନ୍ଦ ମାଗଣା ଆକ୍ୟୁପ୍ରେସର୍ କେନ୍ଦ୍ର, ରାଉରକେଲା ର ସାହାଯ୍ୟ ଓ ସହଯୋଗରେ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ଆକ୍ୟୁପ୍ରେସର୍ ମାଧ୍ୟମରେ ଅଭିଜ୍ଞ ଚିକିତ୍ସକମାନଙ୍କ ଦ୍ବାରା ଆଶ୍ରମ ପରିସରରେ ସକାଳ ୮ ଘଟିକା ଠାରୁ ଅପରାହ୍ନ ୧ ଘଟିକା ଯାଏଁ ଉପସ୍ଥିତ ଶତାଧିକ ଜନସାଧାରଣଙ୍କର କରା ଯାଇଥିଲା। ରାଉରକେଲା ର ବିଧାୟକ ଶାରଦା ପ୍ରସାଦ ନାୟକ ଅତିଥି ଭାବେ ଯୋଗଦେଇ ଏହି ମହତ କାର୍ଯ୍ୟକ୍ରମକୁ ପ୍ରଶଂସା ଓ ଉତ୍ସାହିତ କରିଥିଲେ। ସୂଚନା ଯୋଗ୍ୟ ଯେ ଏହି ଆଶ୍ରମ ଦ୍ୱାରା ଭବିଷ୍ୟତ ରେ ଆହୁରି ଅନେକ ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟକ୍ରମ କୁ ହାତକୁ ନେବାର ସ୍ଥିରୀକୃତ ହୋଇଛି ।

ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଶାଖା ର ପରିଚାଳକ ସଂଜୟ ସାମଲ ଉପଦେଷ୍ଟା ବିପିନ ବିହାରୀ ପଟ୍ଟନାୟକଙ୍କ ମାଗଦର୍ଶନରେ ଟ୍ରଷ୍ଟ ର ସଂପାଦକ ‌ କଳ୍ପତରୁ ବିଶ୍ୱାଳ, ବାଇଧର ପ୍ରଧାନ, ସତ୍ୟ ବାଦୀ ପାଣିଗ୍ରାହୀ, ଭବେନ୍ଦ୍ର ମାଝୀ, ବିହାରୀ କାଲୁ, ଭଗବାନ ନାୟକ, ରଜତ ମହାପାତ୍ର, ଶିବପ୍ରସାଦ ବାରିକ, ନରେନ୍ଦ୍ର ସାହୁ,ଶକୁନ୍ତଳା ଦାସ, ବବିତା ମାଝୀ,ଯଶଶ୍ରୀ ନାୟକ, ମୁରଲୀଧର ସାମଲ ଏବଂ ଅନ୍ୟାନ୍ୟ ଗୁରୁ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ବେଣୁଧର ସୂତାର ଙ୍କ କବିତା ମଧୁର କଳ୍ପନା

Sunil Chandra Nayak

ପଣ୍ଡକୁଳ ଠାରୁ ଫରଙ୍ଗ ଶୋଚନୀୟ ରାସ୍ତାକୁ ମରାମତି ପାଇଁ ସାଧାରଣରେ ଦାବୀ

Sunil Chandra Nayak

ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!