ରାଉରକେଲା/ ବିଶ୍ୱ ଭାତୃତ୍ବ ଦିବ୍ୟାତ୍ମା ପରିଷଦ, ସେକ୍ଟର -୮, ରାଉରକେଲା ଶାଖା ଦ୍ୱାରା ଆଜି ଏକ ନିଃଶୁଳ୍କ ଆକ୍ୟୁପ୍ରେସର୍ ଚିକିତ୍ସା ଶିବିର କେଶବଚନ୍ଦ୍ର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିଟିକୁ ସାର୍ଥକ କରିବା ପାଇଁ ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ଟ୍ରଷ୍ଟ ଓ ଭାଗବତ ଟୁଙ୍ଗିର ସମସ୍ତ ଗୁରୁ ଭାଇ ଓ ଭଉଣୀ ମାନେ ତାଙ୍କର ଆଜି ର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଜନସାଧାରଣ ଙ୍କର ସେବା ରେ ଲାଗିପଡିଥିଲେ। ଶିବାନନ୍ଦ ମାଗଣା ଆକ୍ୟୁପ୍ରେସର୍ କେନ୍ଦ୍ର, ରାଉରକେଲା ର ସାହାଯ୍ୟ ଓ ସହଯୋଗରେ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ଆକ୍ୟୁପ୍ରେସର୍ ମାଧ୍ୟମରେ ଅଭିଜ୍ଞ ଚିକିତ୍ସକମାନଙ୍କ ଦ୍ବାରା ଆଶ୍ରମ ପରିସରରେ ସକାଳ ୮ ଘଟିକା ଠାରୁ ଅପରାହ୍ନ ୧ ଘଟିକା ଯାଏଁ ଉପସ୍ଥିତ ଶତାଧିକ ଜନସାଧାରଣଙ୍କର କରା ଯାଇଥିଲା। ରାଉରକେଲା ର ବିଧାୟକ ଶାରଦା ପ୍ରସାଦ ନାୟକ ଅତିଥି ଭାବେ ଯୋଗଦେଇ ଏହି ମହତ କାର୍ଯ୍ୟକ୍ରମକୁ ପ୍ରଶଂସା ଓ ଉତ୍ସାହିତ କରିଥିଲେ। ସୂଚନା ଯୋଗ୍ୟ ଯେ ଏହି ଆଶ୍ରମ ଦ୍ୱାରା ଭବିଷ୍ୟତ ରେ ଆହୁରି ଅନେକ ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟକ୍ରମ କୁ ହାତକୁ ନେବାର ସ୍ଥିରୀକୃତ ହୋଇଛି ।
ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଶାଖା ର ପରିଚାଳକ ସଂଜୟ ସାମଲ ଉପଦେଷ୍ଟା ବିପିନ ବିହାରୀ ପଟ୍ଟନାୟକଙ୍କ ମାଗଦର୍ଶନରେ ଟ୍ରଷ୍ଟ ର ସଂପାଦକ କଳ୍ପତରୁ ବିଶ୍ୱାଳ, ବାଇଧର ପ୍ରଧାନ, ସତ୍ୟ ବାଦୀ ପାଣିଗ୍ରାହୀ, ଭବେନ୍ଦ୍ର ମାଝୀ, ବିହାରୀ କାଲୁ, ଭଗବାନ ନାୟକ, ରଜତ ମହାପାତ୍ର, ଶିବପ୍ରସାଦ ବାରିକ, ନରେନ୍ଦ୍ର ସାହୁ,ଶକୁନ୍ତଳା ଦାସ, ବବିତା ମାଝୀ,ଯଶଶ୍ରୀ ନାୟକ, ମୁରଲୀଧର ସାମଲ ଏବଂ ଅନ୍ୟାନ୍ୟ ଗୁରୁ ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।