ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଠିକ ସମୟରେ ପାରିଶ୍ରମିକ ଦାବୀରେ ଆଶାକର୍ମୀ ସଂଘ ଉପଖଣ୍ଡ ପ୍ରଶାସନର ଦ୍ବାରସ୍ଥ   

ଧର୍ମଗଡ:୨୪/୫/୨୨- ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆଶାଦିଦିମାନଙ୍କୁ ସଠିକ ସମୟରେ ପାରିଶ୍ରମିକ ମିଳୁନଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଏନେଇ ଧର୍ମଗଡ ବ୍ଳକ ଆଶାକର୍ମୀ ସଂଘ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିରାପଦ ମାତୃତ୍ଵ ଓ ଶିଶୁ ମୃତ୍ୟୁ ହାର ରୋକିବାକୁ ସରକାର ଗାଁ ଗାଁରେ ଆଶାଦିଦିମାନଙ୍କୁ ନିୟୋଜନ କରିଛନ୍ତି । ପ୍ରସୂତୀକାଳିନ ସେବା ଓ ସଚେତନତା ସୃଷ୍ଟି କରିବାରେ ଏମାନେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। କେବଳ ପ୍ରସୂତିଙ୍କ ସେବା ନୁହେଁ ସରକାର ଏମାନଙ୍କୁ ସ୍ଵାସ୍ଥ୍ଯ ସମ୍ବନ୍ଧୀୟ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ନିୟୋଜିତ କରିଥାନ୍ତି। ଏଥିପାଇଁ ଏମାନଙ୍କୁ ପାରିଶ୍ରମିକ ବାବଦକୁ ମାତ୍ର ୩୫୦୦ଟଙ୍କା ମିଳିଥାଏ। ଏହାଛଡା ଛୁଆ ଜନ୍ଜ ଦେବାକୁ ଆସୁଥିବା ଜଣେ ପ୍ରସୂତିଙ୍କ ପିଛା ଏମାନଙ୍କୁ ମାତ୍ର ୬୦୦ ଟଙ୍କା ମିଳିଥାଏ। ଏହି ସମସ୍ତ ପାରିଶ୍ରମିକ ମାସର ୧୦ତାରିଖ ସୁଦ୍ଧା ମିଳିବା କଥା ।‌‌କିନ୍ତୁ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆଶାଦିଦିମାନଙ୍କୁ ଏତିକି ପ୍ରାପ୍ୟ ବି ସଠିକ ସମୟରେ ମିଳୁନଥିବା ଅଭିଯୋଗ ହୋଇଛି । ଏ ମାସ ପୂରିବାକୁ ଆଉ ମାତ୍ର ୬ଦିନ ବାକି ଥିବାବେଳେ ଗତ ମାସର ପାରିଶ୍ରମିକ ଏପର୍ଯ୍ୟନ୍ତ ମିଳିନାହିଁଁ। ଛଅ ମାସ ଧରି ଏ ଅବ୍ୟବସ୍ଥା ଲାଗିରହିଥିବା ବେଳେ ଏ ସମ୍ପର୍କରେ ଲଗାତାର ଅଭିଯୋଗ କରୁଥିଲେ ବି ଡାକ୍ତରଖାନା କତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ସେମାନେ ପ୍ରକାଶ କରିଛନ୍ତି। ବିଭିନ୍ନ ଆଳ ଦେଖାଇ କତ୍ତୃପକ୍ଷ ଆଶାକର୍ମୀଙ୍କ ଦାବିକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପଚାରିଲେ ସେମାନଙ୍କୁ ଦୁର୍ବବ୍ୟବହାର କରୁଥିବା ମଧ୍ୟ ସେମାନେ ପ୍ରକାଶ କରିବା ସହ ଡ଼ାକ୍ତର ଓ block accountant and data assistant ବା block account manager କୁ ବଦଳି କରିବା ଦାବି ନେଇ ମମତା ବିଶି,ଦେବିକି ମଙ୍ଗରାଜ,କୁନି ଦୁର୍ଗା,ନୁର ଭଇସାଲ,ବନିତା ବାଗ, ସାବିତ୍ରୀ ବାଗ, ସବିତା ଶବର,ଜେମାମଣି ମୁଣ୍ଡା, ମମତା ସୁନା, ରୀତାଞ୍ଜଳୀ ବାଗ,ରସ୍ମିତା ପଟେଲ,ଭେଷସ୍ମିତା ନାଏକ ପ୍ରମୁଖ ଉପଖଣ୍ଡ ପ୍ରଶାସନର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ନୂଆପଡା ଜିଲ୍ଲା ଗସ୍ତରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ସୁବ୍ରତ ବକଚି 

Sunil Chandra Nayak

ଚାଷୀଙ୍କ ପାଇଁ ଲଢେଇ କରିବ”ଢେଙ୍କାନାଳ କୃଷକ ଅଧିକାର ସମିତି

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ମିଛ ମଣିଷ

Leave a Comment

error: Content is protected !!