ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ନୃସିଂହ ଅବତାର

ନୃସିଂହ ଅବତାର

 

ନମୋ ନାରାୟଣ ପ୍ରଭୁ ଜଗତ ରକ୍ଷକ

ନମୋ ନମୋ ନିରାକାର ଅନାଦି ଅନ୍ତକ।।

ସହସ୍ର ନାମ ତୁମର ସହସ୍ର ଅବତାର

ଦୁଷ୍ଟ ଦାନବ ନାଶନ ହେ ଠଣ ସୁନ୍ଦର।।

ଯୁଗେ ଯୁଗେ ତୁମ ଯଶ ଗାଉଛି ଜଗତ

ଭକତ ବତ୍ସଳ ହରି ଅନାଦି ଅଚ୍ୟୁତ।।

ଆହେ ପ୍ରଭୁ ଚକ୍ରଧର ପ୍ରହ୍ଲାଦ ରଖିଲ

ନୃସିଂହ ରୂପରେ ହିରଣ୍ୟକୁ ବିଦାରିଲ।।

ଅଭୟ ସଭୟ ପ୍ରଭୁ ଉଗ୍ର ନରସିଂହ

ଭଦ୍ରବୀର ବିକରାଳ ବିକଟ ଗୋସିଂହ।।

କୁରାଳ ବିରାଜ ବିହଡ ଭୀଷଣ ନୃସିଂହ

ବୀର ବେତାଳ ବିକଳ ଭୈରବ ବରାହ।।

କରାଳ ନିରାଳ ବିଦାରଣ ହେ ଦାରୁଣ

ମହାରଶ୍ମି ସୃହୃଦ ସୁଭଟ ହେ ଭୀଷଣ।।

ଉଦଘଟ ସୁଘଟ ହେ ଅଘଟ ବିନୟ

ସୁଭଦ୍ର ଅଜୟ ସିଦ୍ଧି ସାଧନ ବିଜୟ।।

ଶ୍ରୀଲକ୍ଷ୍ମୀ ଶାନ୍ତ ଆହତ ପରମ ନୃସିଂହ

ପୂର୍ଣ୍ଣ ନରସିଂହ ପ୍ରଭୁ ରୁଦ୍ର ନରସିଂହ।।

କାଳାଗ୍ନି ଜ୍ୱଳନ୍ତ ବ୍ରହ୍ମତତ୍ତ୍ବ ଶାନ୍ତି ଭୂତ

ନିର୍ଜିତ ଶ୍ରୀବାଳ ଶ୍ରୀ କାଳ ହେ କଳ୍ପିତ।।

ଏ ରୁପେ ସୃଷ୍ଟି ତୁମର ହେ ନୃସିଂହ ଗଣ

କାଳରୁପୀ ବିଶ୍ଵରୁପି ପ୍ରଭୁ ଜନାର୍ଦନ।।

ନୃସିଂହ ଅବତାରେ ଏ ଧରଣୀଜୟ

ଘୋର ବିପଦରେ ଦେବ ନୃସିଂହ ସହାୟ।।

ଜଣାଇଲି ନୃସିଂହ ଦେବଙ୍କ ପାଞ୍ଚ ପକ୍ଷ

ହେ ପ୍ରଭୁ ନୃସିଂହ ଦେବ ଶରଣ ରକ୍ଷକ।।

ନୃସିଂହଦେବଙ୍କ ନାମ ଭଜିଲେ ତୁଣ୍ଡରେ

କୋଟି ଜନ୍ମ ପାପ ଧୋଇ ହୁଏ ଏ ଜନ୍ମରେ।।

ନମୋ ନମୋ ନୃସିଂହ ହେ ଉଦ୍ଧାର ଜଗତ

ତୁମ ପାଦ ତଳେ ମୋର କୋଟି ପ୍ରତିପାତ।।

         
ମମତା ସାହୁ

       ଗାଈଗାଁ,କଳାହାଣ୍ତି

Related posts

ଓଡିଶାରୁ ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ବନ୍ଧା ପଡ଼ିଛନ୍ତି ଯୁବକ

Sunil Chandra Nayak

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

Sunil Chandra Nayak

ତରକାସୁର ବଧ

Leave a Comment

error: Content is protected !!