ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମୋ ବନ୍ଧୁ ଆସୁଛି ସନ୍ଧ୍ୟାର ବେଳରେ
     ନେବାରେ ତାଙ୍କୁ ପାଛୋଟି
ଆସନେ ବସାଇ ଧୂପ ଦୀପ ଦେଇ
     ଗାଇବା ତାଙ୍କ ଗୀତଟି।
କହିଦେବା କଥା ମନେଯେତେ ବ୍ୟଥା
        ସବୁ ତାଙ୍କ ପାଦ ତଳେ
ଗୁହାରୀ ରଖିବା ଆପତ୍ତି ଶୁଣିବେ
       ଭାବ ଦେଖ ନିଳାଞ୍ଚଳେ।
ଲହରୀ ପଦରେ ମୁକ୍ତି ପଦ ହାତେ
      ବିଚାର ମୋର ଶୁଣିବ
ବିଶ୍ବ ର ଜଞ୍ଜାଳ ବଢୁଛି ଦିନକୁ
    ବିପଦ କେବେ ସରିବ।
ମନକୁ ପ୍ରଫୁଲ୍ଲ କରି ଦିଅ ଭଲ
   ନ ଆସୁ ହିଂସା ମୋ ରାଗ
ଶକ୍ତି ଦେଇ କୁହ ଶାନ୍ତି ମୋ ଭିତରେ
    ମନ୍ତ୍ର ଜପେ ଥାଉ ଯୋଗ।
ଏ ମାନଗୋବିନ୍ଦ ଲେଖୁ ଥାଇ ପଦ
      ଦିଅ ଥରେ ଆର୍ଶୀବାଦ
ତୁମରି ଚରଣେ ଶରଣ ନେଉଛି
    ମୋ ପାଇଁ ଦିଅ ସୁସମ୍ବାଦ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଧର୍ମଗଡ ରେ ବ୍ରାହ୍ମଣ ସମାଜ ର ନୂଆଖାଇ ଭେଟଘାଟ

Sunil Chandra Nayak

କୁନା ସେଠୀ ଙ୍କ କବିତା ହସି ଉଠିଲା ଏ ଓଡିଶା ମାଟି

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ବିଷୁବ ସଂକ୍ରାନ୍ତି 

Sunil Chandra Nayak

Leave a Comment

error: Content is protected !!