ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶାନ୍ତିପୂର୍ଣ୍ଣ ଭାବରେ ଥୁଆମୂଳ ରାମପୁର ବ୍ଳକରେ ବାହୁଡା ଯାତ୍ରା ସମାପନ

ଥୁଆମୂଳ ରାମପୁର:୯/୭- ମ,ନୀ,ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସଦରମହକୁମାରେ ବାହୁଡା ଯାତ୍ରା ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଯାଇଛି। ଏହି ଅବସରରେ ଶନିବାର ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ମୂଖ୍ଯ ପୂଜକ ଶ୍ରୀଯୁକ୍ତ ଦାସରଥୀ ମୁଣ୍ଡ ଏବଂ ଅନ୍ଯ ପୂଜକଙ୍କ ଦ୍ବାରା ସପନ୍ନ ହୋଇଥିଲା। ଅପରାହ୍ନ ସମୟରେ ମହାପ୍ରଭୁଙ୍କ ପହଣ୍ଡି କରାଯାଇ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ରଥାରୂଢ କରାଯାଇଥିଲା ଘଣ୍ଟ,ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଓ ଭାବମୟ ହୋଇ ଉଠିଥିଲା ମାଉସୀ ମାଁ ମନ୍ଦିର ପ୍ରାଙ୍ଗଣ। ଶହ ଶହ ଶ୍ରର୍ଦ୍ଧାଳୁ ଥୁଆମୂଳ ରାମପୁର ବ୍ଳକର ଅଞ୍ଚଳ ସମେତ୍ ପଡୋଶୀ ଅଞ୍ଚଳର ଲୋକଙ୍କ ସୁଅ ଛୁଟି ଥିଲା। ମହାପ୍ରଭୁଙ୍କ ପହଣ୍ଡି ବିଜେ ଓ ବାହୁଡା଼ ଯାତ୍ରା ଦେଖିବା,ରଥର ଦଉଡି ଟାଣିବା ଓ ପ୍ରଭୂଙ୍କ ଆର୍ଶୀବାଦ ଲାଭ କରିବାକୁ। ଶନିବାର ମଧ୍ଯାନ୍ନରେ ଥୁଆମୂଳ ରାମପୁର ସଦରମହକୁମାରେ ଲୋକଙ୍କ ଭିଡ ଛୁଟିଥିଲା। ତେବେ ରଥଟଣା ସମୟରେ ବିଦ୍ଯୁତ କେବଲ ପାଇଁ ରଥ ଟାଣିବା ସମୟରେ ବହୁ ଅସୁବିଧା ହୋଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ଚେଷ୍ଟା ବଳରେ ତାହା ସମାଧାନ ହୋଇପାରିଥିଲା। ମନ୍ଦିର ପରିସରରେ ପହଞ୍ଚିବା ପରେ ମାଁ ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରି ମହାପ୍ରଭୁଙ୍କୁ ମନ୍ଦିର କୁ ଛାଡିନଥିଲେ। ପରେ ମହାପ୍ରଭୁଙ୍କ ଅନୁରୋଧ କ୍ରମେ ମାଁ ମହାଲକ୍ଷ୍ମୀ ମନ୍ଦିର ମଧ୍ଯକୁ ପ୍ରବେଶ ପାଇଁ ଅନୁମତି ଦେଇଥିଲେ। ସ୍ଥାନୀୟ ପୁଲିସ ବିଭାଗ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱ ନେଇ ଥିବା ବେଳେ ପୂଜାକମିଟି ସହଯୋଗ କରିଥିଲେ।

ଥୁଆମୂଳ ରାମପୁର ରୁ ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମା ହରଗୌରୀ ଦେବୀଙ୍କ ସୁଳି ଯାତ୍ରା ଓ ଦଶହରା ଯାତ୍ରା ପାଳିତ

Sunil Chandra Nayak

ଆସନ୍ତୁ ଆଚାର୍ଯ୍ୟ ଦ୍ରୋଣଙ୍କ ଜନ୍ମ ରହସ୍ଯ ବିଷୟରେ ଜାଣିବା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ବିଭୂତି

Leave a Comment

error: Content is protected !!