ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ” ପରକୀୟା ପ୍ରୀତି ” 

    ” ପରକୀୟା ପ୍ରୀତି ” 

                   ଶ୍ଯାମା ପ୍ରସାଦ୍ ବୋଷ୍ 

ପରକୀୟା ପ୍ରୀତି ବଢିଯାଏ ଅତି 
ଏତ କଳି ଯୁଗ ରୀତି 
ପରକୀୟା ପ୍ରୀତି ଆଣଇ ଦୁର୍ଗତି 
ବିଷମ ସେ ପରିସ୍ଥିତି । 
ପରକୀୟା ପ୍ରୀତି ମଧୁର ଯେ ଅତି 
ବଢି ବଢି ଯାଏ ନିତି 
ପରକୀୟା ପ୍ରୀତି କୁ ପଥରେ ଗତି 
ଇଜ୍ଜତ ମହତ ଇତି । 
ପରକୀୟା ପ୍ରୀତି ନିଶା ସେ ଏମିତି 
ପ୍ରୀତି ର ନିଶାରେ ମାତି 
ପରକୀୟା ପ୍ରୀତି ଆପଣାର ସ୍ଥିତି 
ମାନେନାହିଁ ଦିନ ରାତି ।  
ପରକୀୟା ପ୍ରୀତି ବଢାଏ ବିପତ୍ତି 
କୁକର୍ମେ ବଢାଏ ମତି 
ପରକୀୟା ପ୍ରୀତି ଚରମ ନିଷ୍ପତ୍ତି
ଜୀବନ କରଇ ଇତି । 
ପରକୀୟା ପ୍ରୀତି କୁପଥରେ ଗତି 
ସର୍ବସ୍ବାନ୍ତ କରେ ନିତି 
ପରକୀୟା ପ୍ରୀତି ଅଟଇ ଅନୀତି 
ଅଧର୍ମେ ବଳାଏ ମତି ।
ପରକୀୟା ପ୍ରୀତି କଳଙ୍କର ସ୍ଥିତି 
ସମାଜ ର ଅଦ୍ଧୋଗତି 
ପରକୀୟା ପ୍ରୀତି ବଢିଲାଣି ଅତି 
ହରାଇ ମାନବ ସ୍ଥିତି ।  
ପରକୀୟା ପ୍ରୀତି ଦେଖେ ନାହିଁ ଜାତି 
ଅନ୍ଧ ସେ ବୟସ ପ୍ରତି 
ପରକୀୟା ପ୍ରୀତି ନିଶାରେ ସେ ମାତି 
ହରାଇଛି ଭୟ ଭିତି । 

ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ

Related posts

ନିମ୍ନ ମାନର ଛତୁଆ ବଣ୍ଟନ ନେଇ ଉପ ଜିଳାପାଳଙ୍କୁ ବ୍ଲକ ଅଧ୍ୟକ୍ଷ ସମେତ ସରପଞ୍ଚ୍ ଲେଖିଲେ ଚିଠି

Sunil Chandra Nayak

ତୁଳସୀପଦରରେ ସରପଞ୍ଚଙ୍କ ଦ୍ଵାରା ଅସ୍ଥାୟୀ ପୋଲ ନିର୍ମାଣ

Sunil Chandra Nayak

ମ୍ୟୁଜିକ୍ ସର୍କଲରେ ବସନ୍ତ ସମରୋହର ୩ୟ ସଂଧ୍ୟା

Sunil Chandra Nayak

Leave a Comment

error: Content is protected !!