” ପରକୀୟା ପ୍ରୀତି ”
ଶ୍ଯାମା ପ୍ରସାଦ୍ ବୋଷ୍
ପରକୀୟା ପ୍ରୀତି ବଢିଯାଏ ଅତି
ଏତ କଳି ଯୁଗ ରୀତି
ପରକୀୟା ପ୍ରୀତି ଆଣଇ ଦୁର୍ଗତି
ବିଷମ ସେ ପରିସ୍ଥିତି ।
ପରକୀୟା ପ୍ରୀତି ମଧୁର ଯେ ଅତି
ବଢି ବଢି ଯାଏ ନିତି
ପରକୀୟା ପ୍ରୀତି କୁ ପଥରେ ଗତି
ଇଜ୍ଜତ ମହତ ଇତି ।
ପରକୀୟା ପ୍ରୀତି ନିଶା ସେ ଏମିତି
ପ୍ରୀତି ର ନିଶାରେ ମାତି
ପରକୀୟା ପ୍ରୀତି ଆପଣାର ସ୍ଥିତି
ମାନେନାହିଁ ଦିନ ରାତି ।
ପରକୀୟା ପ୍ରୀତି ବଢାଏ ବିପତ୍ତି
କୁକର୍ମେ ବଢାଏ ମତି
ପରକୀୟା ପ୍ରୀତି ଚରମ ନିଷ୍ପତ୍ତି
ଜୀବନ କରଇ ଇତି ।
ପରକୀୟା ପ୍ରୀତି କୁପଥରେ ଗତି
ସର୍ବସ୍ବାନ୍ତ କରେ ନିତି
ପରକୀୟା ପ୍ରୀତି ଅଟଇ ଅନୀତି
ଅଧର୍ମେ ବଳାଏ ମତି ।
ପରକୀୟା ପ୍ରୀତି କଳଙ୍କର ସ୍ଥିତି
ସମାଜ ର ଅଦ୍ଧୋଗତି
ପରକୀୟା ପ୍ରୀତି ବଢିଲାଣି ଅତି
ହରାଇ ମାନବ ସ୍ଥିତି ।
ପରକୀୟା ପ୍ରୀତି ଦେଖେ ନାହିଁ ଜାତି
ଅନ୍ଧ ସେ ବୟସ ପ୍ରତି
ପରକୀୟା ପ୍ରୀତି ନିଶାରେ ସେ ମାତି
ହରାଇଛି ଭୟ ଭିତି ।
ଶ୍ଯାମା ପ୍ରସାଦ୍ ବୋଷ୍
ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ