ବୌଦ୍ଧ – 16/10-ଭାରସାମ୍ୟ ହରାଇ ବ୍ରିଜ ୱାଲ କୁ ପିଟିଲା କାର । ଦୁର୍ଘଟଣା ରେ ଜଣକର ମୃତ ଘଟିଥିବା ବେଳେ ଜଣେ ଗୁରୁତର । ମୃତକଙ୍କ ପରିଚୟ ମିଳିନାହିଁ । ଗୁରୁତର ହେଲେ କାର ଚାଳକ ଜିତେନ୍ଦ୍ର ଦାସ । ସୂଚନା ମୁତାବକ ବୌଦ୍ଧ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର OD 17 L 7230 ନମ୍ୱର ବିଶିଷ୍ଟ ଗାଡ଼ିଟି ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ କରଡାକୋଠା ନିକଟରେ ଥିବା ବ୍ରିଜ ୱାଲ କୁ ଧକା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ କାର ଚାଳକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଅଗ୍ନିସମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଜଣଙ୍କୁ ପ୍ରଥମେ ସଙ୍କଟାପନ୍ନ ଅବସ୍ଥାରେ ପୁରୁଣାକଟକ ଚିକିତ୍ସାଳୟ କୁ ନେବା ପରେ ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ମୃତକ ଙ୍କ ପରିଚୟ ମିଳି ପାରି ନଥିବା ବେଳେ ଗୁରୁତର ଜଣକ ହେଲେ ଜିତେନ୍ଦ୍ର ଦାଶ ବୋଲି ଜଣାପଡ଼ିଛି । ବର୍ତ୍ତମାନ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ