ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁପାରୀରେ ଫୁଟିଲା ବ୍ରହ୍ମକମଳ ଫୁଲ, ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ହେଉଛି ଆଲୋଚନା

ବାଲେଶ୍ଵର,୧୬/୧୦/୨୨- ବ୍ରହ୍ମକମଳ ଫୁଲ ଏବେ ଘରେ ଘରେ ଫୁଟିବା ଆରମ୍ଭ ହୋଇଛି । ନିକଟରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଡିଆ ଅଞ୍ଚଳରେ ଫୁଟିଥିଲା । ଆଜି ପୁଣି ଖଇରା ବ୍ଲକର କୁପାରୀ ପଞ୍ଚାୟତରେ ଫୁଟିଥିବା ଦେଖିବାକୁ ମିଳିଛି । ଖଇରା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ ଏବଂ କୁପାରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭବଜ୍ଯୋତ୍ସ୍ନା ନାୟକଙ୍କ ଘରବାରିରେ ଗତକାଲି (୧୫/୧୦/୨୦୨୨) ରାତିରେ ଫୁଟିଥିଲା । ଖବରପାଇ ଆଜି ସକାଳେ ସଂପୃକ୍ତ ଅଞ୍ଚଳର ଅନେକ ଲୋକ ଦେଖି ଆନନ୍ଦିତ ହୋଇଥିଲେ । ମହାପ୍ରଭୁଙ୍କ ସୁଦୃଷ୍ଟି କିମ୍ବା ଆଶୀର୍ବାଦ ନହେଲେ ଏ ଫୁଲ ଫୁଟେ ନାହିଁ ବୋଲି ଦେଖଣାହାରୀ ମାନେ କହିଛନ୍ତି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁଦୃଷ୍ଟି ଶ୍ରୀ ରାଉତଙ୍କ ପରିବାର ଉପରେ ପଡିଥିବାରୁ ଏହା ସମ୍ଭବ ହୋଇ ପାରିଛି ଯାହା ବୁଦ୍ଧିଜୀବୀ ମହଲରେ ଆଲୋଚନା ଆରମ୍ଭ ହୋଇଛି । ଏଥିରେ ଖୁସି ହୋଇ ପବିତ୍ର ବ୍ରହ୍ମକମଳ ଫୁଲକୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିବା ନିମନ୍ତେ ଶ୍ରୀ ରାଉତଙ୍କ ପରିବାର ପୁରୀ ଯାତ୍ରା କରିଛନ୍ତି ।  ପ୍ରକାଶଥାଉକି ଏହା ପୂର୍ବରୁ ଦୁଇଥର ଏହି ପବିତ୍ର ବ୍ରହ୍ମକମଳ ଫୁଲ ଫୁଟିଥିଲା । ପ୍ରଥମଥର କୁପାରୀ ଜଗନ୍ନାଥ ମନ୍ଦିର ଓ ଦିତୀୟ ଥର କୁପାରୀ ଶିବ ମନ୍ଦିରରେ ଅର୍ପଣ କରିଥିଲେ ଶ୍ରୀ ରାଉତ । ଆଜି ସପରିବାର ଶ୍ରୀଜଗନ୍ନାଥଙ୍କୁ ଅର୍ପଣ ନିମନ୍ତେ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ପଞ୍ଚାୟତ ନିର୍ବାଚନ ୨୦୨୨ ପରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

ଜାମଦା ଆର୍ ଡ଼ି ଓ ପିଡବ୍ଲ୍ୟୁ ରାସ୍ତା ପାଲୋଟିଛି ଗାଡ଼ିଆ, ମରାମତି ପାଇଁ ଦାବି

Sunil Chandra Nayak

ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ” ର ଶୁଭ ମହୁରତ

Sunil Chandra Nayak

Leave a Comment

error: Content is protected !!