ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିନ ଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଳ ଯୋଜନାରେ ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ

ଚନ୍ଦାହାଣ୍ଡି-29/9(ମ ନି ସ)  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଦିନ ଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଳ ଯୋଜନାରେ ବ୍ଲକସ୍ତରୀୟ ନିଯୁକ୍ତିଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ଅଧକ୍ଷା ସୁମିତ୍ରା ପୂଜାରୀ,ଉପାଧ୍ୟାକ୍ଷ ବାସୁଦେବ ଗୌଡ଼, ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ସୋରି, କ୍ଷୀରଦେଇ ଚଣ୍ଡୀ,ସନ୍ତୋଷ ପଟନାୟକ,ସରପଞ୍ଚ ଅଜିତ ପୋଟା,କୃଷ୍ଣ ଜାନି ଯୋଗଦେଇଥିବା ବେଳେ ବିଡ଼ିଓ ଧର୍ମରାଜ ମାଝୀ ସଭାପତିତ୍ୱ କରିଥିଲେ l ଏଥିରେ ତିନିଜଣ ପି ଆଇ ଓ ଯୋଗଦେଇ ତାଙ୍କର କମ୍ପୁଟର,ସିଲେଇ , ରିଟେଲ ସେଲ ଓ ଗୃହ ବିଦ୍ୟୁତ କାରିଗର କୌଶଳ ତାଲିମ ନେବା ସମ୍ପର୍କରେ ଉପସ୍ଥିତ ଯୁବକ ଯୁବତୀଙ୍କୁ ବୁଝେଇଥିଲେ ଏବଂ ଏହି ତାଲିମ ପରେ ଶତପ୍ରତିଶତ ନିଯୁକ୍ତିର ସୁଯୋଗ ରହିଥିବା ପ୍ରକାଶ କରିଥିଲେ l ବ୍ଲକର 14 ଗୋଟି ପଂଚାୟତରୁ 102 ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିବା ବେଳେ ଶିବାନୀ ଇଲେକଟ୍ରିକାଳ ଟ୍ରେଡ଼ 35ଜଣ, ଏଏସଏମଏସିଏସ 21 ଜଣ, ଗୌର କଳ୍ପ ଚାରି ଟେବୁଲ ଟ୍ରଷ୍ଟ 33 ଜଣ ଯୁବକ ଯୁବତୀ ତାଲିମ ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ପାଇଁ ଭାରପ୍ରାପ୍ତ ଜିପିଈଓ ସୂର୍ଯ୍ୟ ଭତ୍ରାଙ୍କ ସମେତ ପିଇଓ ସନ୍ତୋଷ ମିଶ୍ର ସହ ବ୍ଲକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଚଳିତ ବର୍ଷ ଧର୍ମଗଡ଼ ସହରରେ ନୂତନ ଭାବେ ସ୍ଥାପିତ ଏକ୍ସଲେନ୍ସ କୋଚିଂ ସେଣ୍ଟର ର ସଫଳତା

Sunil Chandra Nayak

ରାଜ୍ୟରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ହେବ:ମୁଖ୍ୟ ଶାସନ ସଚିବ

Sunil Chandra Nayak

ରାଷ୍ଟ୍ରପତି ଙ୍କ ଶପଥ ପାଠ ଅବସରରେ ଶୁଭକାମନା ରଖିଲେ ଆଦିବାସୀ ମହିଳାମାନେ

Sunil Chandra Nayak

Leave a Comment

error: Content is protected !!