ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ପୋୖର ନିର୍ବାଚନ ବିଜେପି ର ଜୋରଦାର ପ୍ରଚାର

ଜୁନାଗଡ଼୧୭/୩(ନି.ପ୍ର) :ଜୁନାଗଡ଼ ପୋୖର ନିର୍ବାଚନ ପ୍ରଚାର ବେଶ ଜମିବାରେ ଲାଗିଛି। ବିଭିନ୍ନ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରଛନ୍ତି । ଏପଟେ ନିଜ ପ୍ରାର୍ଥୀ ସପକ୍ଷରେ ପ୍ରଚାର ମୈଦାନ କୁ ଓଲ୍ହାଇଛନ୍ତି ଖୋଦ ମନ୍ତ୍ରୀ ଦିବ୍ୟଶଙ୍କ ମିଶ୍ର।ଅନ୍ୟ ପକ୍ଷରେ ବିଜେପି ମଧ୍ୟ ପ୍ରଚାରକୁ ଜୋରଦାର କରି କଡା ଟକ୍କର ଦେଉଛି। ପିଜେପି ଅଧକ୍ଷ୍ୟ ପ୍ରାର୍ଥୀ ପାଇଁ ଯୁବ ନେତା ମୁକେଶ ଅଗ୍ରୱାଲ ରହିଛନ୍ତି।ସେ ଜଣେ ସମାଜସେବୀ ତଥା ଦଳର ଜଣେ ବରିଷ୍ଠ ସଂଗଠକ। ଗତ ପୌର ନିର୍ବାଚନ ରେ ୪ ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ।ବର୍ତମାନ ସେ ଅଧକ୍ଷ୍ୟ ପ୍ରାର୍ଥୀ ହୋଇ ଲୋକଙ୍କ ନିକଟତର ହୋଇ ନିଜ ସପକ୍ଷରେ ଭୋଟ ପ୍ରଚାର କରୁଛନ୍ତି।ଆଜି ଦଳୀୟ ସମର୍ଥକଙ୍କ ସହ ୱାର୍ଡ ନମ୍ବର ୪ଓ ୮ ବୁଲି ନିଜ ସପକ୍ଷ୍ୟରେ ପ୍ରଚାର କରଛନ୍ତି ।ବିଜେପି ସରକାର ଆସିଲେ ଗରିବ ଲୋକମାନଙ୍କୁ ଘର , ରାସ୍ତା ଘାଟ ପାନୀୟଜଳ ଓ ସ୍ଵାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି କରି ଜୁନାଗଡ଼କୁ ଏକ ଆଦର୍ଶ ସହର ଭାବେ ଗଢି ତୋଳିବାକୁ ସଂକଳ୍ପ ବଦ୍ଧ ବୋଲି ପ୍ରତିଶୃତି ଦେବାସହ ଆଗାମୀ ଦିନରେ ପ୍ରତି ୱାର୍ଡରେ ପିଡ଼ିଏସ ଚାଉଳ ବଣ୍ଟନ କରାଯିବ ଏବଂ ଜୁନାଗଡ଼କୁ ଏକ ମଡେଲ ସହର ଭାବେ ବିକଶିତ କରାଯିବ ବୋଲି ଇସ୍ତାହାର ରଖିଛନ୍ତି।ଏହି ପ୍ରଚାରରେ ୪ ନମ୍ବର ପ୍ରାର୍ଥୀ ସୁନିତା ସେନ ଓ ୮ ନମ୍ବର ର ଲଳିତ ଭୋଇ ମଧ୍ୟ ଅଧକ୍ଷ୍ୟ ଙ୍କ ସହ ନିଜ ୱାର୍ଡ ପାଇଁ ଭୋଟ ପ୍ରଚାର କରିଥିଲେ।ଏହି ପ୍ରଚାର କାର୍ଯ୍ୟକ୍ରମରେ ପ୍ରାର୍ଥୀ ଦଳୀୟ କର୍ମକର୍ତା ଓ ସମର୍ଥକ ବହୁସଂଖ୍ୟାରେ ସାମିଲ ଥିଲେ। ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ

Related posts

ଓଡ଼ିଶାର ହଜାରେ ପିଲାଙ୍କୁ ନିଯୁକ୍ତି ଦେବ ଏଚ୍‌ସିଏଲ୍‌

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମମତାର ମଧୁମତୀ 

ଆନ୍ତର୍ଜାତିକ ଚିତ୍ର ଶିଳ୍ପୀ ପି .କେ. ମହାନନ୍ଦିଆ ଙ୍କ ପ୍ରେମ କାହାଣୀ। ସାଇକେଲିଆ ପ୍ରେମ

Leave a Comment

error: Content is protected !!