ତେନ୍ତୁଳିଖୁଣ୍ଟି -୧୪/୮/୨୨ – – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ପୁଜାରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିପଦର ଗ୍ରାମ ରେ ଦିନକୁ ଦିନ ଝାଡା ବାନ୍ତି ବ୍ୟାପିବାରେ ଲାଗିଛି। ଗାଁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ମାତ୍ର ୩ରୁ ୪କିମି ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ନଜର ରେ ରହିବା କଥା ତଥାପି ଝାଡା ବାନ୍ତି ଶିକାର ରୋଗୀ ଦିନକୁ ଦିନ ବୃଦ୍ଧି ପାଇବା ଚିନ୍ତା ଜନକ।ଏଥିରୁ ସ୍ୱାସ୍ଥ୍ୟ ବିଭାଗ କେତେ ସଚେତନ ସ୍ପଷ୍ଟ ଭାବରେ ଜଣା ପଡୁଛି ଏହି ଗ୍ରାମର ଗତକାଲି ସୁଦ୍ଧା ତିନି ରୁ ଚାରି ଝାଡା ଆକ୍ରାନ୍ତ ବହିର୍ବିଭାଗର ନାମ ପଞ୍ଜି କରଣ କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କିଛି ସମୟ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ। ହେଲେବି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମରେ ନାମକୁ ମାତ୍ର ଲୋକ ଦେଖାଣିୟା ଭାବେ ଆସିଲେ ଗ୍ରାମବାସୀ ଙ୍କ ସହ କଥା ହୋଇ ଚାଲିଗଲେ। ସ୍ବାସ୍ଥ୍ୟ ବିଭାଗୀୟ ଟିମ୍ ଯାଇ ଘର କୁ ଘର ବୁଲି ଚିକିତ୍ସା ନ କରି ଗ୍ରାମର ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ସବୁ କିଛି ଛାଡି ଦେଇଛନ୍ତି ଭଳି ମନେହେଉଛି। ସେମାନେ ଯେଉଁ ଭଳି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସଚେତନ କରୁଛନ୍ତି ସେତିକି ରେ ହିଁ ରହିଯାଇଛି। ସ୍ବାସ୍ଥ୍ୟ ବିଭାଗ ଟିମ୍ ଗ୍ରାମକୁ ଗସ୍ତ କରି ସମସ୍ତଙ୍କୁ ଚିକିତ୍ସା ନ କଲେ ଗ୍ରାମରେ ଝାଡ଼ା ବାନ୍ତି ବହୁଳ ଭାବେ ବ୍ୟାପିପାରେ ସମ୍ଭାବନା ଦେଖାଦେଇଛି।ଏହି ଗ୍ରାମକୁ ବାହାର ଗ୍ରାମ ର ଲୋକେ ଯିବାକୁ ଭୟ କରୁଛନ୍ତି, ଏକ ପ୍ରକାର କହି ବାକୁ ଗଲେ ସଂପୂର୍ଣ୍ଣ ଝାଡା ବାନ୍ତିରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି କରିଛି।। ଆଜି 14 ତାରିଖ ରେ ଗୁଣ୍ଡୁରୁ ସାନ୍ତା ଝାଡା ବାନ୍ତି ହେବାରୁ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇଥିଲେ ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସା କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି। ଟଂକଧର ସାନ୍ତା ମଧ୍ୟ ଆଜି ଝାଡ଼ା ବାନ୍ତି ର ଶିକାର ହୋଇ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି।ଏ ନେଇ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ସମଲାଇ ପ୍ରସାଦ ପଣ୍ଡା ଙ୍କୁ ପଚାରିବାରୁ ଖୁଣ୍ଟିପଦର୍ ଗ୍ରାମକୁ ସ୍ୱାସ୍ଥ୍ୟ ବିଭାଗ ଟିମ ଲଗାତର ଯାଉଛି ବୋଲି କହିଥିଲେ। ବର୍ତ୍ତମାନ ସୁଦ୍ଧା ତିନି ଜଣ ଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ରେଫର କରାଯାଇଛି ଆଜି ଗୋଟିଏ ରୋଗୀ ଚିକିତ୍ସା ପାଇଁ ଆସିଥିବା କହିଛନ୍ତି।ଆଜି ରବିବାର ସ୍ୱାସ୍ଥ୍ୟବିଭାଗ ର ଟିମ ଗାଁ କୁ ଯାଇଥିଲା କିନ୍ତୁ ଗ୍ରାମର ପରିମଳ ଅବସ୍ଥା ଦେଖି ଆସନ୍ତା କାଲି ସଫା କରିବା ବ୍ୟବସ୍ଥା କରିବେ ବୋଲି କହି ଚାଲି ଯାଇଛନ୍ତି। କଣ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଝାଡା ବାନ୍ତି ରୋଗୀ ଙ୍କୁ ଚିକିତ୍ସା କରିବାକୁ ସାଧନ ନାହିଁ ଜିଲ୍ଲା ଚିକିତ୍ସାଳୟ କୁ ରେଫର କରା ଯାଉଛି। ଭ୍ରାମ୍ୟମାନ ହେଲଥ ୟୁନିଟ କଣ ସୁପ୍ତ ହୋଇ ଗଲାଣି କି ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି। ଇତିମଧ୍ୟରେ ତେନ୍ତୁଳିଖୁଣ୍ଟି ବ୍ଲକ ରୁ ଜଣେ ଭ୍ରାମ୍ୟମାନ ହେଲଥ ୟୁନିଟ ର ଡାକ୍ତର ଓ ପଣସ ପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତରଙ୍କ ବଦଳି ହୋଇ ଗଲାଣି ଏଭଳି ସ୍ଥିତି ରେ ଝାଡା ବାନ୍ତି କାୟା ବିସ୍ତାର କଲେ ସ୍ଥିତି ସମ୍ଭାଳି ହେବତ? ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମେତ ଜିଲ୍ଲାପାଳ ସୂତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି