ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଖଡ଼ିଆଳ ରେ ଖୋଲିବ ହେଲ୍ଥ ୱେଲନେସ ସେଣ୍ଟର

ନୂଆପଡା: ଉନ୍ନତ ସ୍ୱାସ୍ଥ୍ୟ ସେବା ର ମଙ୍ଗ ଧରିଥିବା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଖାଡିଆଳ ଠାରେ ଏକ ହେଲଥ wellness ସେଣ୍ଟର ସ୍ଥାପନା କରିବାରେ ସଫଳ ହେଇଛନ୍ତି। ସମଗ୍ର ଓଡ଼ିଶାରେ ୭୯ ଟି ସେଣ୍ଟର ସ୍ଥାପନା କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ସମଗ୍ର ପଶ୍ଚିମାଞ୍ଚଳ ରେ ଗୋଟିଏ ସେଣ୍ଟର ସ୍ଥାପନା ହେବ ଯାହାକି ଖଡ଼ିଆଳ ରେ।

ପ୍ରକାଶଯୋଗ୍ୟ ଯେ ଖଡ଼ିଆଳ ର ସ୍ୱାସ୍ଥ୍ୟ କେନ୍ଦ୍ର ଚନାବେଡା ସ୍ଥିତ ନୂତନ ବିଲ୍ଡିଂଗ କୁ ସ୍ଥାନାନ୍ତରିତ ହେବା ପରେ ସହର ମଝିରେ ସ୍ୱାସ୍ଥ୍ୟ ସେବା ପାଇଁ କିଛି ବ୍ୟବସ୍ତା ନ ଥିଲା ଏବଂ ଛୋଟ ଛୋଟ ରୋଗ ପାଇଁ ମଧ୍ୟ ଲୋକମାନେ ଅଧିକ ଖର୍ଚ୍ଚ କରି ଚନାବେଡା ସ୍ଥିତ ହସପିଟାଲ କୁ ଯିବାକୁ ପଡୁଥିଲା। ଯେହେତୁ ପୁରୁଣା ବିଲ୍ଡିଂଙ୍ଗ ରେ ଆଗରୁ ହସପିଟାଲ ଚାଲୁ ଥିଲା ଏବଂ ଆବଶ୍ୟକୀୟ ଘର ଥିଲା ଏଠାରେ ଏକ ଦିସ୍ପେନସରୀ କରିବା ପାଇଁ ଜନସାଧାରଣ ଦାବି କରିଥିଲେ। ଏହା ପରେ ବିଧାୟକ ପାଣିଗ୍ରାହୀ ଙ୍କ ଉଦ୍ୟମ ଫଳରେ  ସରକାର ଖଡ଼ିଆଳ ରେ HWC ସ୍ଥାପନା କରିବାକୁ ନିଷ୍ପତ୍ତି ନେଇଥିଲେ।

 ପ୍ରତି ଟି HWC ରେ ସରକାର ପ୍ରତି ବର୍ଷ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏଥିରେ ଜଣେ ଡାକ୍ତର, ଜଣେ ଫର୍ମାସିଷ୍ଟ , ଦୁଇ ଜଣ ଷ୍ଟାଫ ନର୍ସ ଛଡା ଜଣେ physiotherapist ରହିବେ । ପ୍ରାଥମିକ ସେବା ଛଡା ଲୋକ ମାନେ physiotherapy ସୁବିଧା ମଧ୍ୟ ପାଇବେ। ଏହି ଯୋଜନା ର ଘୋଷଣା ପରେ ଖଡ଼ିଆଳ ସହରବାସୀ ବିଶେଷ ଆନନ୍ଦିତ ଏବଂ ବିଧାୟକ ଙ୍କ ଏ ଭଳି ପଦକ୍ଷେପ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଧାନସଭା ଠାରୁ ନବୀନ ନିବାସ ଯାଏ ଲଢେଇ କରି ସ୍ଥାନୀୟ ମିଶନ ହାସପାଟଲକୁ ଅଳ୍ପ କେତେଦିନ ତଳେ BKSY ଯୋଜନା ରେ ସାମିଲ କରିପାରିଥିଲେ। ଏହି ଅଂଚଳରେ ସ୍ବାସ୍ଥ୍ୟ ସେବା ପ୍ରାୟ ଅପହଞ୍ଚ ଯେଉଁଥିପାଇଁ ଲୋକଙ୍କୁ ବାହାର କୁ ଯିବାକୁ ପଡୁଛି ଏବଂ ସେମାନେ ବହୁତ ଖର୍ଚ।ନ୍ତ ହେଉଥିଲେ ଏଣୁ ଅଂଚଳ ରେ ସ୍ୱାସ୍ଥ୍ୟ ସେବାକୁ ଲୋକ ଙ୍କ ପାଖରେ ପହଞ୍ଚେଇବା ମୋର କାର୍ତବ୍ୟ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ରେ ପ୍ରଥମ ଥର ପାଇଁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

Sunil Chandra Nayak

୧୨ ବର୍ଷ ଶିକୁଳିରେ ବନ୍ଧା ପଡ଼ିଥିଲେ ବାରବଖରା ଗାଁ ର ୨ ଭାଇ,ଘଟଣା ର ୩ ବର୍ଷ ଚିକିତ୍ସା ପରେ ସୁସ୍ଥ ହୋଇ ଗାଁ କୁ ଫେରିଲେ

Sunil Chandra Nayak

୨୮୦ ଉପଭୋକ୍ତାଙ୍କୁ ବୁଷ୍ଟର ଡୋଜର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!