ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧରାପଡିଲେ ଚୋରଦଳ ମଟର ସାଇକେଲ ଉଦ୍ଧାର ପାଞ୍ଚ ଅଭିଯୁକ୍ତ କୋର୍ଟ ଚାଲାଣ

କଲମପୁର =୧୬/୦୬(ମସିହା) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ପୋଲିସ ଏକ ଚୋର ଦଳ କୁ ଧରିବାରେ ସଫଳ ହୋଇଛି ।ଚୋରି ହୋଇଥିବା ମଟର ସାଇକେଲ କୁ ଉଦ୍ଧାର କରିବା ସହିତ ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ।ସୂଚନା ଅନୁସାରେ କଲମପୁର ଫାଣ୍ଡି ଅନ୍ତର୍ଗତ ହାରାମାଲ ଗ୍ରାମର ପ୍ରୀତିରଞ୍ଜନ ମୁଣ୍ଡ ଙ୍କ ଘରୁ ଗତ ୧୩ ତାରିଖ ବିଳମ୍ବିତ ରାତ୍ରିରେ ଏକ ଗ୍ଲୋମର ମଟର ସାଇକେଲ ନମ୍ବର ଓଡ଼ି ୦୮ଡି ୩୦୪୦ ଓ ଗୋଟିଏ ପାଣି ମଟର ଚୋରି ହୋଇଥିବା ନେଇ ଶ୍ରୀ ମୁଣ୍ଡ ଅଭିଯୋଗ କରିଥିଲେ ଏହାକୁ ଆଧାର କରି ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜୟପାଟଣା ଅଞ୍ଚଳରୁ ମଟର ସାଇକେଲ କୁ ଠାବ କରି ଉଦ୍ଧାର କରିଥିବା ବେଳେ ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଥିଲେ । ଜୟପାଟଣା ଥାନା କେସ ନମ୍ବର ୨୧୦ ଦଫା ୩୭୯ ଆଇପିସି ୩୪ ଅନୁଯାୟୀ ଜୟପାଟଣା ଗ୍ରାମର ସଦନନ ନାଏକ ୧୭ ,ସୋମନାଥ ନାଏକ ୧୬,ବଳରାମ ରାଉତ ୧୫ ,ଶିଶିର ମାଝୀ ୧୯ ଖଇରମାଲ ଗ୍ରାମର ଖଳେନ୍ଦ୍ର ନାଏକ ୧୬ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ପାଣି ମଟର ର ପତ୍ତା ମିଳିପାରିନଥିବା ବେଳେ ନାବାଳକ ଅଭିଯୁକ୍ତ ମାନଙ୍କୁ ଭବାନୀପାଟଣା ଓ ଜଣେ ସାବାଳକ ଅଭିଯୁକ୍ତ ଙ୍କୁ ଧର୍ମଗଡ଼ ଚାଲାଣ ହୋଇଥିବା କଲମପୁର ଫାଣ୍ଡି ଅଧିକାରୀ ବିପିନ ଝରିଆ ସୂଚନା ପ୍ରଦାନ କରିଛନ୍ତି ।

କଲମପୁର ରୁ ମସିହା ପ୍ରତିନିଧି ପରମାନନ୍ଦ ଠାକୁର  ଙ୍କ ରିପୋର୍ଟ

 

Related posts

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

Sunil Chandra Nayak

କୋକସରା ବ୍ଲକ ପ୍ରେରକ ସଙ୍ଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Sunil Chandra Nayak

କୋକସରା ବ୍ଲକ ଶିକ୍ଷା ବିଭାଗରେ ନୂତନ ବିଇଓ ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!