ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେ’ ୩୧ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ, ଜୁନ୍ ୩ରେ ହେବ ଭୋଟଗଣତି

କିଶୋର ମହାନ୍ତି ଙ୍କ ମୃତ୍ୟୁ ପରେ ଆସନ ଖାଲିଥିଲା

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ମଇ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ଭୋଟ ହେବ । ସେହିଭଳି ୩ ଜୁନରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ଏନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ମେ’ ୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୪ରୁ ୧୧ ତାରିଖ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ମେ’ ୧୬ ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଥିଲେ ମଧ୍ୟ ବୁଦ୍ଧ ପୂର୍ଣ୍ଣିମା ପାଇଁ ଛୁଟି ପଡୁଥିବା କାରଣରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ମେ’ ୧୭ ରହିଛି । ସେହିଭଳି ୩୧ ମେ’ରେ ଭୋଟଗ୍ରହଣ ହେବ । ୩ ଜୁନରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ଏହି ନିର୍ବାଚନରେ ଇଭିଏମ ଓ ଭିଭିପାଟର ବ୍ୟବହାର ହେବ । କରୋନା କଟକଣା ଅନୁଯାୟୀ ନିର୍ବାଚନ ହେବାକୁ ଥିବା ବେଳେ ଯଦି କେହି ପ୍ରାର୍ଥୀ କରୋନା ଗାଇଡଲାଇନର ଉଲ୍ଲଂଘନ କରେ ତେବେ ତାଙ୍କୁ ପ୍ରଚାର କରିବାକୁ ଅନୁମତି ଦିଆଯିବ ନାହିଁ । ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଫାଙ୍କା ପଡିଛି ।

ସେପଟେ ୬ ମାସ ମଧ୍ୟରେ ଉପନିର୍ବାଚନ ହେବାର ନିୟମ ଥିବା ବେଳେ ଆସନ୍ତା ଜୁନ ମାସରେ ଏହାର ଅବଧି ପୂରଣ ହେଉଥିବାରୁ ମେ ୩୧ରେ ଉପନିର୍ବାଚନ ହେବା ନେଇ ଘୋଷଣା କରାଯାଇଛି | ସୂଚନା ଥାଉ କି ଗତ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ସେଠାରେ ଖାତା ଖୋଲିଥିବା ବେଳେ କିଶୋର ମହାନ୍ତି ଏଠାରୁ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ମହାନ୍ତି  ୮୦୧୫୨ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରାଧାରାଣୀ ପଣ୍ଡା ୬୮୧୫୨ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ମାତ୍ର ୯୩୫୦ ଭୋଟ ପାଇଥିଲେ।୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରୁ ତିନି ଥର ବିଜୟୀ ହୋଇଥିବା କଂଗ୍ରେସ ବିଧାୟକ ଅନୁପ ସାଏ ବିଜେଡିରେ ଯୋଗଦାନ କରି ବିଜେଡି ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରି ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କଠାରୁ ପରାଜିତ ହୋଇଥିଲେ। ସେବେ ଶ୍ରୀମତୀ ପଣ୍ଡା ୫୦୭୩୬ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ସାଏ ୪୩୯୪୬ ଭୋଟ ପାଇଥିଲେ। ସେତେବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ୩୮୧୭୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେଣୁ ଏହି ଆସନରେ ନିର୍ବାଚନ ହେବାକୁ ଯାଉଛି । ଉପ-ନିର୍ବାଚନ ପାଇଁ ଘୋଷଣା ପରେ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହେବ କସରତ । ତେବେ କେଉଁ ଦଳରୁ କିଏ ପ୍ରାର୍ଥୀ ହେଉଛି ତାହା ଉପରେ ରହିବ ସମସ୍ତଙ୍କର ନଜର।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅନ୍ଧାର ରେ ବିତୁଛି ଭେଣ୍ଡିଆ ପୁଅ ର ଜୀବନ 

Sunil Chandra Nayak

ବାଲେଶ୍ବର – ଆଦର୍ଶ ବିଦ୍ଯାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ନୂତନ ପେନସନ ଯୋଜନା ଉଚ୍ଛେଦ ଦାବି ନେଇ ଶିକ୍ଷକଙ୍କ ପ୍ରସ୍ତୁତ ବୈଠକ

Sunil Chandra Nayak

Leave a Comment

error: Content is protected !!