ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କିଡନୀ ରୋଗୀକୁ ସହାୟତା ର ହାତ ବଢ଼ାଇଲା ଜୁନାଗଡ଼ ଡ୍ରାଇଭର ମହାସଂଘ

ଜୁନାଗଡ଼,୧୨/୯(ମ ନି ସ) ଜୁନାଗଡ ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମ ର ତପନ ଶବର କିଛି ଦିନ ତଳେ କିଡ଼ନୀ ରୋଗ ରେ ଆକ୍ରାନ୍ତ ହୋଇଥିଲେ l ସେ ଜୁନାଗଡ ଡ୍ରାଇଭର୍ ମହାସଂଘ ର ସଦସ୍ୟ ଅଟନ୍ତି l ଏହି ଦୁଃଖଦ ଖବର ଜୁନାଗଡ ଡ୍ରାଇଭର୍ ମହାସଂଘ ଜାଣିବା ପରେ ସଂଘ ର ସଦସ୍ୟ ମାନେ ତାଙ୍କ ଘର କୁ ଯାଇ ତାଙ୍କୁ ଭେଟିବା ସହ ପରିବାର ଲୋକଙ୍କୁ ଶାନ୍ତନା ଦେଇଥିଲେ l ଏବ୍ଂ ସହାୟତା ର ହାତ ବଢେଇ ତାଙ୍କ ପରିବାର ବର୍ଗ ଙ୍କୁ ୧୫୦୦୦ ଟଙ୍କା ଆର୍ଥିକ ସହଯୋଗ କରିଥିଲେ l ଏହି ଅର୍ଥ ପାଇବା ପରେ ତପନ ଶବର ଏବ୍ଂ ପରିବାର ଲୋକେ ଜୁନାଗଡ ଡ୍ରାଇଭର୍ ମହାସଂଘ ଙ୍କୁ କୃତଜ୍ଞତା ଜଣାଇଥିଲେ l ଓଡିଶା ଡ୍ରାଇଭର୍ ମହାସଂଘ ଜୁନାଗଡ ଶାଖା ର ସଭାପତି ଟଙ୍କ ଧର ଭାଟି, ଉପ ସଭାପତି ଅଜିତ ନାଗ,ସମ୍ପାଦକ ଲକ୍ଷ୍ମମନ୍ ଚଲାଣ, କୋଷାଧକ୍ଷ ଗଣେଶ ପୁଝାରୀ, ସହ ସମ୍ପାଦକ ଘନଶ୍ୟାମ ପୁଝାରୀ, ଚନ୍ଦ୍ର ଭଣ୍ଡାର ଘରିଆ, ନୀଳମ ଲହଜଲ, ରାଜୀବ ବେହେରୁକ, ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ସହଯୋଗ ର ହାତ ବଢ଼ାଇ ତପନ ଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବାଲ୍ଯବିବାହ ଏକ ସାମାଜିକ କଳଙ୍କ, ଏହାକୁ ନେଇ ଏକ ସଚେତନ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ନିର୍ଯାତନା

Sunil Chandra Nayak

ବାଲେଶ୍ବର – କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର ବିଜେତା ଲକ୍ଷ୍ମୀପ୍ରିୟାଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!