ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର ଙ୍କ କବିତା ତଥାପି ପାରୁନି ଭୁଲି 

   ତଥାପି ପାରୁନି ଭୁଲି 

  

       ଅବିନାଶ ମହାପାତ୍ର 

   
    ହସି ପାରୁନାହିଁ ପଡି ତୋ ପ୍ରେମରେ
         କାନ୍ଦି ବି ପାରୁନି ଆଉ
    ଭାବି ପଛ କଥା ଲାଭ ନାହିଁ କିଛି
        ଗଲାଣି ତ ଚାଲି ଯାଉ l (0)
    ଥିଲା କାଲି ଯିଏ ଅତି ମୋ ନିଜର
         ହେଲା ଆଜି ସାତ ପର
    ସାଜି ଥିଲି ଦିନେ ପ୍ରେମର ପୂଜାରୀ
         ଭୁଲି ନିଜ ଘର ଦ୍ଵାର l (1)
    ପ୍ରେମର ଯନ୍ତ୍ରଣା ସହି ହେଉନାହିଁ
         ଜଳୁଛି ଅନ୍ତରେ ନିଆଁ
     ବନ୍ଦୀ କାରାବାସ ସହିଛି ଅନେକ 
         ପାଇବାକୁ ଟିକେ ରାହା l (2
    ମରି ସାରି ଆଜି ମାଟିରେ ମିଶି ବି
          ତଥାପି ପାରୁନି ଭୁଲି 
    ଫେରିକି ଆସିବ ସେ ଅଭୁଲା ଦିନ
         ଭାବୁଅଛି ଆଜି କାଲି l(3)
   ଏହି ବୋଧେ ହେବ ଶେଷକଥା ପ୍ରିୟା
        ତୁମସାଥେ ଆଜି ମୋର
   ଫେରି ମୁଁ ଯାଉଛି ଅଫେରା ପଥରେ
          ପାଇଲିନି ଅଧିକାର l(4)
 

     ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ l

       

Related posts

ଫାଇନାନ୍ସ ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, କୋକସରା ଥାନାରେ ଯୁବକ ଅଟକ

Sunil Chandra Nayak

ଦେଶରେ ନିଯୁକ୍ତି – ୨୨ କୋଟି ଆବେଦନ… ମାତ୍ର ୭ ଲକ୍ଷ ଙ୍କୁ ଚାକିରି

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ହେମନ୍ତ ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!