ଥୁଆମୂଳ ରାମପୁର:୨୫/୧୦ – (ମନିସ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସଦର ମହୋକୁମା ସ୍ଥିତ ତାଲବନ୍ଦ ପଡା ଠାରେ ପବିତ୍ର ଦୀପାବଳି ପର୍ବରେ ମାଁ ମହାକାଳୀ ଓ ଭୈରବ ଦେବଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୨୪/୧୦/୨୨ ତାରିଖ ସୋମବାର ଦିନ ବିଧିମତେ ଅଗ୍ନି କୁଣ୍ତର କାଠରେ ଅଗ୍ନି ସଂଯୋଗ କରାଯାଇଥିଲା। ସଂନ୍ଧ୍ୟା ସମୟରେ ଭୈରବ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଭକ୍ତଙ୍କ ଭିଡ ଲାଗିଥିଲା ଏହାଭିତରେ ଭୈରବ ଦେବଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଶେଶ ହେବା ପରେ ସହର ଭ୍ରମଣରେ ବାହାରି ଗାଦିଆ ବସା ପରେ ଭୈରବ ଦେବ ଅଗ୍ନିକୁଣ୍ତକୁ ଯାଇ ପୂଜା ପାଇବା ପରେ ପରେ ଅଗ୍ନି କୁଣ୍ତରେ ପ୍ରବେଶ କରି ପାଦଚାଳନା କରି ମନ୍ଦିର କୁ ପ୍ରତ୍ଯାବର୍ତ୍ତନ କରିଥିଲେ। ଏହି ଅବସରରେ ରାତ୍ରରେ ଶ୍ରଦ୍ଧାଳୁ ଙ୍କ ମନୋରଞ୍ଜନ ନିମନ୍ତେ ପୂଜାକମିଟି ଓ ନବ ଜୀବନ ଯୁବ ଅନୁଷ୍ଠାନଙ୍କ ମିଳିତ ଆନୁକୂଲ୍ୟରେ ଏକ ରାଜ୍ଯସ୍ତରୀୟ ରୀମଝିମ ଡ୍ଯାନ୍ସ ଧାମାକା ପ୍ରତିଯୋଗିତା ଦୀପାବଳି ମଞ୍ଚରେ ଆୟୋଜିତ କରାଯାଇଥିଲା। ମଞ୍ଚ ପରିଚାଳନା ଦାୟିତ୍ୱରେ ରହିଥିଲେ ଶ୍ରୀଯୁକ୍ତ ସୁଦର୍ଶନ ନାଏକ ଏବଂ ଶ୍ରୀଯୁକ୍ତ ବିପିନ ବିହାରୀ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଡ୍ଯାନ୍ସ ପ୍ରତିଯୋଗିତା କାର୍ଯ୍ଯକ୍ରମ ରେ ମୁଖ୍ଯ ଅତିଥି ଭାବେ ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ମଞ୍ଚରେ ଫିତା କାଟି ପ୍ରଦୀପ ପ୍ରଜୋଳନ ପୂର୍ବକ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ଯକ୍ଷ ଶ୍ରୀଯୁକ୍ତ ଦୟାନିଧି ମାଝୀ, ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ, ବିଜେଡି ବ୍ଳକ ସଭାପତି ଶ୍ରୀଯୁକ୍ତ କପିଳାସ ନାଏକ, ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରଧାନୀ, ପୂର୍ବତନ ଡବ୍ଲୁଡିସି ମେମ୍ବର ଶ୍ରୀଯୁକ୍ତ ମାଣିକ୍ଯ ଚନ୍ଦ୍ର ନାଏକ, ସ୍ଥାନୀୟ ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ, ନବ ଜୀବନ ଯୁବ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଲାଲକୃଷ୍ଣ ଧଂଗଡାମାଝୀ, ସମାଜସେବୀ ଶ୍ରୀ ଭରତ ଦଣ୍ତସେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଡ୍ଯାନ୍ସ ପ୍ରତିଯୋଗିତାରେ ଡ୍ଯାନ୍ସ ସିଙ୍ଗଲ ଗ୍ରୃପ ୧୪ ଓ ୬ ଟି ଗ୍ରୃପ ଡ୍ଯାନ୍ସ ଅଂଶଗ୍ରହଣ କରିଥିବା ବେଳେ ସିଙ୍ଗଲ ଗ୍ରୃପରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଶ୍ରୀତୃସ୍ମତା ତ୍ରିପାଠୀ, ଦ୍ବିତୀୟ ସ୍ଥାନ ପ୍ରିୟଙ୍କା ସୁନା, ତୃତୀୟ ସ୍ଥାନ ସନ୍ତୋଷିନୀ ମେହେର, ଗ୍ରୃପ ଡ୍ଯାନ୍ସରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଗଣେଶ ଡ୍ଯାନ୍ସ ଗ୍ରୃପ ଫଟ୍କାମାଲ, ଦ୍ବିତୀୟ ସ୍ଥାନ ଗୀତ ଗୋବିନ୍ଦ ଡ୍ଯାନ୍ସ ନବରଙ୍ଗପୁର, ତୃତୀୟ ସ୍ଥାନ ବିକିଟାଇଗର ଡ୍ଯାନ୍ସ ଗ୍ରୃପ ବଡକୁଟୃ। ବିଜେତା ଡ୍ଯାନ୍ସ ଗ୍ରୃପ ଓ ସିଙ୍ଗଲ ଡ୍ଯାନ୍ସ ଗ୍ରୃପଙ୍କୁ ସମ୍ମାନିତ ଅତିଥି ଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଡ୍ଯାନ୍ସ ପ୍ରତିଯୋଗିତା ଉପଭୋଗ କରିଥିଲେ ଶତାଧିକ ଲୋକ, ପୂଜାକମିଟି ଓ ନବ ଜୀବନ ଯୁବ ଅନୁଷ୍ଠାନର ସମସ୍ତ ସଭ୍ଯ ସମେତ ସ୍ଥାନୀୟ ପୁଲିସ୍ କର୍ମଚାରୀ ଶାନ୍ତିଶୃଙ୍ଖଳାର ରକ୍ଷା କରିଥିଲେ। ଉକ୍ତ କାର୍ଯ୍ଯକ୍ରମ ମହା ସମାରୋହରେ ଶାନ୍ତି ଶୃଙ୍ଖଳିତ ଭାବରେ ଶେଷ ହୋଇଯାଇଛି।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ