ପାପଡାହାଣ୍ଡି,13/9, ମନିସ –— ନବରଙ୍ଗପୁର ଜିଲ୍ଲାରୁ ପୁଣି ଛୁଟିଛି ଦାଦନଙ୍କ ସୁଅ | ଦାଦନ ଖଟିବାକୁ ବସରେ ତାମିଲନାଡୁକୁ ଯାଉଥିବା ସମୟରେ ରାଇଘର ଅଞ୍ଚଳର 8 ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ପାପଡ଼ାହାଣ୍ଡି ପୋଲିସ | ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ 4 ଜଣ ଯୁବକ ଓ 3 ଜଣ ଯୁବତୀ ଙ୍କ ସମେତ ଜଣେ ନାବାଳିକା ଥିବା ସୂଚନା ମିଳିଛି | ଶ୍ରମିକ ମାନେ ଏକ ସରକାରୀ ବସରେ ରାଇଘର ରୁ ବିଶାଖାପାଟଣା କୁ ଯାଉଥିବା ସମୟରେ ପାପଡ଼ାହାଣ୍ଡି ଟ୍ରାଫିକ ଛକ ନିକଟରେ ଗାଡ଼ିକୁ ଅଟକାଇ ସେମାନଙ୍କୁ ଉଦ୍ଧାର କରିଥିଲା ପୋଲିସ । ଉଦ୍ଧାର ହୋଇଥିବା 4 ଜଣ ଯୁବକ ନଡ଼ିଆ ଦୌଡ଼ି ତିଆରି କରିବା ପାଇଁ ତାମିଲନାଡୁ ରାଜ୍ୟର କ୍ରିଷ୍ଣାଗିରୀ କୁ ଯାଉଥିଲେ ଏବଂ 3 ଜଣ ଯୁବତୀ ଓ ଜଣେ ନାବାଳିକା ସିଲେଇ କାମ କରିବା ପାଇଁ ତାମିଲନାଡୁର ତ୍ରିପୁର୍ ସ୍ଥିତ ଏକ ଲୁଗା କାରଖାନାକୁ ଯାଉଥିଲେ | ତେବେ ପୋଲିସ ସୂଚନା ମୁତାବକ ଯୁବତୀ ମାନଙ୍କ ପରିବାରଙ୍କ ଅଭିଯୋଗ ମୁତାବକ ସେମାଙ୍କୁ ଉଦ୍ଧାର କରାଯାଇ ଅଟକା ଯାଇଥିଲା | ପରେ ପରିବାର ଲୋକ ଆସିବେ ପରେ ଛାଡି ଦିଆଯାଇଥିଲା | ତେବେ ଯୁବତୀ ମାନଙ୍କ ସହ ଯୁବକ ମାନଙ୍କ କୌଣସି ଲିଙ୍କ ନ ଥିବା ଓ ପୂର୍ବରୁ ସେମାନେ ଦୌଡ଼ି ତିଆରି କରିବାକୁ ଯାଉଥିବା ଜାଣି ପୋଲିସ ସେମାନଙ୍କୁ ଛାଡି ଦେଇଛି | ପ୍ରତିବର୍ଷ ନବରଙ୍ଗପୁର ଅଞ୍ଚଳରୁ ହଜାର ହଜାର ସଂଖ୍ୟକ ଶ୍ରମିକ ଦାନାପାଣି ପାଇଁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରନ୍ତି |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ