ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି,ନବରଙ୍ଗପୁର ପକ୍ଷରୁ ୮ଦଫା ଦାବୀପତ୍ର ପ୍ରଦାନ

  ନବରଙ୍ଗପୁର ୮/୧୨(ମସିହା) ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି,ନବରଙ୍ଗପୁର ପକ୍ଷରୁ ମୁଖ୍ୟମନ୍ତ୍ରୀ,ଗଣ ଶିକ୍ଷାମନ୍ତ୍ରୀ,ଉଚ୍ଚ ଶିକ୍ଷାମନ୍ତ୍ରୀ,ଅର୍ଥ ମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ବିଭାଗୀୟ ସଚିବ ଙ୍କୁ ଆଠ ଦଫା ସମ୍ବଳିତ ଦାଵୀପତ୍ର ମାନନୀୟ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।ଦାବୀ ଗୁଡ଼ିକ ମଧ୍ୟରେ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ମହାବିଦ୍ୟାଳୟକୁ ଅନୁଦାନ, ଅବିକଳ ସପ୍ତମ ବେତନ କମିଶନ ଆଧାରରେ ଦରମା, ଅବସର ବୟସ ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ଠିକା କର୍ଯ୍ୟକାଳକୁ ମୂଳ ଚାକିରି ଗଣନା,ହିନ୍ଦୀ,ସଂସ୍କୃତ ଓ ଖେଳ ଶିକ୍ଷକ ସମସ୍ୟା ଇତ୍ୟାଦି ମୁଖ୍ୟ ପ୍ରସଙ୍ଗ ଥିଲା। ଏହାକୁ ଜିଲ୍ଲା ସୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ଵୟ କମିଟିର ଆବାହକ ସନ୍ତୋଷ କୁମାର ସାହୁ,ରାଜ୍ୟ ଉପସଭାପତି ବଂଶୀଧର ଭୂୟାଁ, ସଭାପତି ଦୁଲାଲ୍ ବାରୋଇ,ଅଧ୍ୟାପକ ଦିଲୀପ କୁମାର ରଥ,ଜିତେନ୍ଦ୍ର କୁମାର ରଥ ,ବ୍ରଜକିଶୋର ରଥ, ମିହିର ଢ଼ାଲି ,ଅରୁଣ କୁମାର ବଳ ,ରଞ୍ଜନ କୁମାର ଦାସ,ସୁବ୍ରତ କୁମାର ତ୍ରିପାଠୀ, ଅକ୍ଷୟ କୁମାର ଜେନା,ଦୀପକ କୁମାର ପ୍ରଧାନ ଜିଲ୍ଲା କମିଟି ସଦସ୍ୟ,ସମ୍ପାଦକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଦାବୀପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀମାନେ ବହୁଳ ସଂଖ୍ୟାରେ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ପନିପରିବା ଦର ଆକାଶଛୁଆଁ ,ଟମାଟୋ କିଲୋ ୧୦୦, ବାଇଗଣ ୫୦

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ଆମଦେଶ ସ୍ୱାଧୀନ

Sunil Chandra Nayak

ଆଜିଠାରୁ ଶ୍ରୀ ଶ୍ରୀ ବଳଦେବ ଜିଉ ଙ୍କ ମନ୍ଦିରରେ ଅବଢା ଆରମ୍ଭ.

Sunil Chandra Nayak

Leave a Comment

error: Content is protected !!