ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘୁମୁରା ୨୦୨୩ , କଳାହାଣ୍ଡି ଉତ୍ସବ ପ୍ରଚାର ଓ ବିଜ୍ଞପ୍ତି ଉପ କମିଟି ର ବୈଠକ

ଭବାନୀପାଟଣା ତା: ୦୮.୧୨.୨୦୨୨ – ଆଜି ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟଳୟରେ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୩ ପ୍ରଚାର ଓ ବିଜ୍ଞପ୍ତି ଉପକମିଟିର ଅଧ୍ୟକ୍ଷ ଶ୍ରୀ ଶାନ୍ତନୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୩ ରୋପ୍ୟ ଜୟନ୍ତୀ ଉତ୍ସବ କୁ କିଭଳି ବହୁଳ ଭାବରେ ପ୍ରଚାର ପ୍ରସାର କରିବା ଓ ସଫଳତା ର ସହ ଏହାକୁ ରୂପାୟନ କରିବା ଦିଗରେ ମୁଖ୍ୟତଃ ଆଲୋଚନା ହୋଇ ଥିଲା । ସର୍ବ ସମ୍ମତି କ୍ରମେ ଉପ କମିଟି ପକ୍ଷରୁ ସମସ୍ତ ବ୍ଲକ୍ ଏନ୍.ଏ.ସି. ରେ ହୋର୍ଡିଁ ସ୍ଥାପନ, ଭବାନୀପାଟଣା ଠାରେ ତୋରଣ ଓ ହୋର୍ଡିଁ ସ୍ଥାପନ, ପୋଷ୍ଟର, ଲିଫ୍-ଲେଟ୍ ବଣ୍ଟନ, ଦୂରଦର୍ଶନ ଓ ଆକାଶବାଣୀ ମାଧ୍ୟମରେ ପ୍ରଚାର, ଏଲ୍ ଇ ଡି ସ୍କ୍ରିନ ରେ ସୂଚନା ପ୍ରଦର୍ଶନ,ପ୍ରେସ ମିଟ୍, ମିଡ଼ିଆ ପଏଣ୍ଟ ଉପରେ ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା । ଉପ କମିଟି ସଂଯୋଜକ ଅଧିକାରୀ ଡି.ଆଇ.ପି.ଆର୍.ଓ. ଶ୍ରୀ ମନୋଜ କୁମାର ବେହେରା ପ୍ରସ୍ତାବ ଆଗତ ସହ ସଭା ପରିଚାଳନା କରିଥିଲେ । ବୈଠକରେ ଶ୍ରୀ ଦେବେନ୍ଦ୍ର ବିଶି, ଶ୍ରୀ ହର୍ ଜିନ୍ଦର୍ ସିଂ, ଶ୍ରୀ ନାରାୟଣ ନାୟକ, ଶ୍ରୀ ରଜନୀକାନ୍ତ ମିଶ୍ର, ଶ୍ରୀ ମନମୋହନ ପ୍ରଧାନ, ଶ୍ରୀ ସ୍ଵାଧୀନ ପାତ୍ର, ଶ୍ରୀ ରାଜକୁମାର ସିଂ ଦେଓ, ଶ୍ରୀ ଲକ୍ଷ୍ମଣ ସ୍ୱାଇଁ, ଶ୍ରୀ ତୁଲମଣି ନାଗ, ଶ୍ରୀ ସୁନିଲ୍ କୁମାର୍ ପାଢ଼ୀ, ଶ୍ରୀ ମଧୁସୂଦନ ମହାପାତ୍ର ପ୍ରମୁଖ ଗଣ ମାଧ୍ୟମ ପ୍ରତିନିଧି ତଥା ଡୁଡ଼ା ଅଧିକାରୀ ଶ୍ରୀ ବିମଳ କୁମାର ସାହୁ ଉପସ୍ଥିତ ଥିଲେ । ସାମ୍ବାଦିକ ତଥା ଉପ କମିଟି ଆବାହକ ଶ୍ରୀ ହର୍ ଜିନ୍ଦର୍ ସିଂ ଧନ୍ୟବାଦ୍ ଦେଇ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ନଗାରୀ ଗ୍ରାମ ରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ରାଉରକେଲାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉ

Sunil Chandra Nayak

ମୟୂରଭଂଜ – ହାଟବାଦଡା ହାଟ ରକ୍ତ ରଂଜିତ ଗୋରୁବ୍ୟବସାୟୀଙ୍କ ଉପରେ ଦୁବୃର୍ତ୍ତଙ୍କ ୪ ରାଉଣ୍ଡ ଗୁଳି,୧୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ, ବ୍ୟବସାୟୀ ମୃତ

Leave a Comment

error: Content is protected !!