ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତନ୍ମୟ କିଶୋର ଦାସ ଙ୍କ କବିତା ଏବେକାର ବୋହୂ ବାଣୀ 

ଏବେକାର ବୋହୂ ବାଣୀ 

                       ତନ୍ମୟ କିଶୋର ଦାସ

ଆ’ ବସେଇବା ମାଣ
ମାର୍ଗଶିର ମାସ ଗୁରୁବାର ଆଜି
ପଢିକି ଲକ୍ଷ୍ମୀପୁରାଣ
କାଲି ଯାଇଥିଲେ ପାର୍ଟି
ଚିକେନ ମଟନ ମନବୋଧ କରି
ଖାଇଛେ କାନିକୁ ଛାଟି
କେତେ ଗୁରୁବାରେ ଶୋଇ
ଉଠିଲାବେଳକୁ ନ ଟା ଦଶଟା
ଆଜି ତ ଆସୁଛି ହାଇ
ଝୋଟି ସଜବାଜ ଘର
ସେଲ୍ଫି,ଟିକଟକ କରିକି ଛାଡିବା
ଲାଇକ ଦେବ ରୋଜଗାର
ବୁଲିବା ଲୋକଟି ଆମେ
ଏ ସବୁ ଅଡୁଆ ପର୍ବ ପରମ୍ପରା
ବୁଝୁନା କେମିତି ତମେ
ସ୍ୱାମୀ ବେହିଆ ଟା ହସେ
ମଡ଼ର୍ଣ୍ଣ ବୋହୂର ସଡ଼ର୍ଣ୍ଣ ଶବଦ
ପରାଣ କୁ କିନ୍ତୁ ବାଧେ
ମିଛ ଅଭିନୟ କରି
ତେଲିଆ କଥାରେ ବୋଉକୁ ତ କହେ
ଆଉ ନାହିଁ ଆଗ ପରି
ଏବେକାର ବୋହୂ ବାଣୀ
ଲକ୍ଷ୍ମୀପୁରାଣ ଠୁଁ ବେଶୀ ହିତକର
ବୁଢ଼ୀ,ମନେ ମନେ ହୁଏ ଗୁଣି
ପାଳେ ସେ ମଉନବ୍ରତ
ପୁଅବୋହୂ ଦୁହେଁ ମୁତୁରାମୁତୁରି
ନିଶ୍ଚେ, ହେଁଷ ଧୋଇବାଟା ଶତ

     ନେମାଳ, କଟକ

Related posts

ସାହିତ୍ୟ ଅଗଣା

Sunil Chandra Nayak

ଉପରଚୁବୁରୀ ଗ୍ରାମର ନାବାଳକ ଗାଁ ପୋଖରୀରେ ବୁଡି ମୃତ୍ୟୁ

Sunil Chandra Nayak

କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚର ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!