ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଭାରତ ଆୟୋଜନ ପାଇଁ କୁମ୍ଭାରୀ ଗ୍ରାମରେ ଭୂମି ପୂଜନ କାର୍ଯ୍ୟକ୍ରମ 

ଟେମରି ୨୧/୧୧(ମ. ନି. ସ):-ଓଡ଼ିଶା ପୁରପଲ୍ଲୀରେ ଲୋକମାନଙ୍କ ପାରାୟଣ ପଠନ ଓ ଶ୍ରବଣ ଏକ ନିଆରା ପରମ୍ପରା । ପ୍ରାଚୀନ କାଳରେ ଗାଁ, ସହର ଗୁଡିକରେ ସ୍ଥାନ ସ୍ଥାନରେ ଭାଗବତ ଟୁଙ୍ଗୀ ଗୁଡ଼ିକ ଗଢି ଉଠିଥିଲା । ସେହି ଭାଗବତ ଟୁଙ୍ଗୀ ରେ ବିଭିନ୍ନ ପୁରାଣ, ଗ୍ରନ୍ଥ ଗୁଡ଼ିକ ପଠନ କରାଯାଇ ଲୋକଙ୍କ ଶ୍ରବଣରେ ଜ୍ଞାନ ଆହୋରଣ ଏକ ମାଧ୍ୟମ ଥିଲା ହେଲେ ଏବେ ଭାଗବତ ଟୁଙ୍ଗୀ ଦିନକୁଦିନ ହ୍ରାସ ପାଇଥିଲେ ହେଁ ଗାଁ ଗଣ୍ଡା, ସହର ଗୁଡିକରେ କାର୍ତ୍ତିକ ମାସରେ ଓ ଅନ୍ୟଦିନଗୁଡିକରେ ପୁରାଣ ପାରାୟଣ ଆଜିଯାଏଁ ଲୋପ ପାଇ ନାହିଁ । ମହାଭାରତ, ରାମାୟଣ , ଓଡ଼ିଆ ଭାଗବତ ବିଭିନ୍ନ ଶାସ୍ତ୍ର ଗୁଡ଼ିକ ବିଭିନ୍ନ ସଂଗୀତ, ସ୍ୱର, ଲୟ,ତାଳ ଦେଇ ଆନନ୍ଦ ମହୋତ୍ସବ ଭାବରେ ପଠନ କରାଯାଉଛି । ଲୋକ ମୁଖରୁ କୁହାଯାଏ ଏହି ପୁରାଣ ଶ୍ରବଣ କରିବା ଦ୍ୱାରା ପାପ କ୍ଷୟ ପୁଣ୍ୟ ମିଲେ ବୋଲି । ଶରୀର ଭିତରେ ଥିବା ଶଠ ରିପୁ ଦୂର ହୋଇ ଶାନ୍ତି, ଦୟା, କ୍ଷମା, ଅହିଂସା ବାସ କରେ ବୋଲି ଶାସ୍ତ୍ର ପ୍ରମାଣିତ କରେ ।

ଶ୍ରୀ ମଦ୍ ଭାଗବତ ଗୀତା ରୁ ପଦେ 

 “ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ

ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍” । ଗୋଲାମୁଣ୍ଡା ବ୍ଲକ ଟେମରି ଗ୍ରାମ ପଞ୍ଚାୟତର କୁମ୍ଭାରୀ ଶୂନ୍ୟ ମନ୍ଦିର ନିକଟସ୍ଥ ତେଲ ନଦୀକୂଳ ଆମ୍ବ ତୁଠାରେ ଆସନ୍ତା ଚୈତ୍ର ପୂର୍ଣ୍ଣିମା ରୁ ବୈଶାଖ ପୂର୍ଣ୍ଣିମା ଦିନ ଯାଏଁ ହେଉଥିବା ମହାଭାରତ ପାରାୟଣ ଓ ଜ୍ଞାନଯଜ୍ଞ ପାଇଁ ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ଉଦ୍ୟୋଗ କର୍ତ୍ତା ପରୀକ୍ଷ ସା ଓ ତାଙ୍କ ଧର୍ମ ପତ୍ନୀ ହେମବତି ସା ଭୂମି ପୂଜନ ପୂଜା ବିଧି କାର୍ଯ୍ୟ ତୁଲାଇ ଥିବା ବେଳେ ଗ୍ରାମ ପଞ୍ଚାୟତ ସରପଞ୍ଚ, ପଂଚାୟତ ସମିତି ସଦସ୍ୟ, ୱାର୍ଡ ମେମ୍ବର ବୃନ୍ଦ , ଗ୍ରାମର ବୟୋଜ୍ୟେଷ୍ଠ ଭଦ୍ର ବ୍ୟକ୍ତି ବୃନ୍ଦ , ଗ୍ରାମବାସୀ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଆଗାମୀ ଦିନରେ ହେଉଥିବା ମହାଭାରତ ପାରାୟଣ ଓ ଜ୍ଞାନଯଜ୍ଞ କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଅଞ୍ଚଳ ବାସୀଙ୍କ ସହଯୋଗ ଓ ଉପସ୍ଥିତି ଏକାନ୍ତ ଆବଶ୍ୟକ ବୋଲି ଉଦ୍ୟୋଗ କର୍ତ୍ତା ଅନୁରୋଧ ପ୍ରକାଶ କରିଛନ୍ତି।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ଖଡିଆଳ ଓକିଳ ସଂଘର ନିର୍ବାଚନ, ସଭାପତି ହେଲେ ବରିଷ୍ଠ ଆଇନଜବୀ ଦିନେଶ କୁମାର ତିଓ୍ବାରୀ

Sunil Chandra Nayak

ରୁପ୍ରା ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ 

Sunil Chandra Nayak

ମଧୁବାବୁ ଯୋଜନାରେ ପ୍ରଥମ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!