ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ଆଲୁମିନା ର ପାରିପାର୍ଶ୍ବିକ ଉନ୍ନୟନ ମୂଳକ କାର୍ଯ୍ଯକ୍ରମ (ପ୍ରୋଜେକ୍ଟ କୌଶଲ୍ୟା)

ରାୟଗଡା:୨୩/୨- ମସିହା:- ରାୟଗଡା ଜିଲ୍ଲା ଟିକିରେ ଠାରେ ଗତ ୨୦୧୫ରୁ ଆରମ୍ଭ ହୋଇଥିବା ଉତ୍କଳ ଆଲୁମିନା ଦ୍ବାରା ଆରମ୍ଭ ହୋଇଥିବା କୌଶଲ୍ୟା ପ୍ରୋଜେକ୍ଟ ରେ ଖଣିଅଞ୍ଚଳର ପାରିପାର୍ଶ୍ବିକ ଗ୍ରାମର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିପାରିଛି। ପ୍ରୋଜେକ୍ଟ କୌଶଲ୍ୟା ଶତାଧିକ ମହିଳା ମାନଙ୍କୁ ସିଲେଇ ଓ ଚାନ୍ଦୁଆ ତିଆରି କରିବା ନେଇ ତାଲିମ ପ୍ରଦାନ କରାଯାଇଛି। ଏହି ପ୍ରୋଜେକ୍ଟ ଦ୍ବାରା ଅନେକ ମହିଳା ମାନେ ସେମାନଙ୍କ ସ୍ଥାୟୀ ଜୀବିକା ଉପାର୍ଜନରେ ସହାୟକ ହୋଇପାରିଛନ୍ତି। ଉତ୍କଳ ଆଲୁମିନା ର ମୂଖ୍ଯ ମଜହର ବେଗ୍ କହିଛନ୍ତି ରାୟଗଡା ଜିଲ୍ଲା ର ମାଇକଞ୍ଚ ଯୋଗୀପାରିତୁଣ୍ଡା ଆଦି ଗ୍ରାମର ପାରିପାର୍ଶ୍ବିକ ଗ୍ରାମମାନଙ୍କରେ ମହିଳାଙ୍କୁ ସିଲେଇ ଓ ଚାନ୍ଦୁଆ ସିଲେଇ ତାଲିମ ପ୍ରଦାନ କରାଯାଇଛି। ତାଲିମ ପରେ ମହିଳାମାନଙ୍କୁ ବିଭିନ୍ନ ସଂସ୍ଥାରୁ ଋଣ ସହାୟତାରେ ସିଲେଇ କାମକୁ ଆଗକୁ ନେବାକୁ ଉତ୍ସାହିତ କରାଯାଇଛି। କେତେକ ମହିଳା ବ୍ଯକ୍ତିଗତ ସିଲେଇ ୟୁନିଟ ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଉତ୍କଳ ଆଲୁମିନା ସହାୟତା ରେ ଅନେକ ମହିଳା ମାସକୁ ୩୦୦୦ରୁ ୩୫୦୦ ପର୍ଯ୍ୟନ୍ତ ମାସକୁ ରୋଜଗାର କରୁଛନ୍ତି। ଯାହାଦ୍ୱାରା ସେମାନେ ପରିବାର ଭରଣ ପୋଷଣ କରିବା ପାଇଁ ସହାୟକ ହୋଇଛନ୍ତି। ମଜହର ବେଗ୍ କହିଛନ୍ତି କୋଭିଡ୍ ସମୟରେ ହାତୀଖମଣ ଆଦି କେତେକ ଗ୍ରାମର ମହିଳା ମାନେ ମାସ୍କ ସିଲେଇ କରି ବେଶ ଭାବରେ ଲକ୍ଷାଧିକ ଟଙ୍କା ଆୟ କରିଛନ୍ତି। ଉତ୍କଳ ଆଲୁମିନାର ଏହି ଉନ୍ନୟନ ମୂଳକ କାର୍ଯ୍ଯ କୁ ନେଇ ସ୍ଥାନୀୟ ଜନସାଧାରଣ ସାଧୁବାଦ ଜଣାଉଛନ୍ତି।

ରାୟଗଡା ରୁ ଯୁଗଳ କିଶୋର ଜେନଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ‌ନୀତି,ନିୟମ ,ଅନୁଶାସନ

Sunil Chandra Nayak

ପେଟ୍ରୋଲିଂଗବେଳେ ଗଞ୍ଜେଇଜବତ ପେଡଲର ଗିରଫ

Sunil Chandra Nayak

ସହଦେବ ବେହେରା ଙ୍କ କବିତା ପାଉଥିଲି ଭଲ

Leave a Comment

error: Content is protected !!