ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ସୁରେନ୍ଦ୍ର ନାଥ ସ୍ମୃତି କମିଟି ପକ୍ଷରୁ ବିଶ୍ବ ପରିବେଶ ଦିବସରେ ବୄକ୍ଷରୋପଣ 

ବାଲେଶ୍ବର – ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ ମଥାନୀ ପଞ୍ଚାୟତ ସୁରେନ୍ଦ୍ରନାଥ ଜେନା ସ୍ମୃତି କମିଟି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଜିର ସମାଜରେ ମାନବ ସମାଜପାଇଁ ବୃକ୍ଷର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ଅବକ୍ଷୟ ସମାଜରେ ବୃକ୍ଷ ହିଁ ଜୀବନ । ଵୃକ୍ଷ ବିନା ଏ ସୃଷ୍ଟି ତିଷ୍ଠି ରହିବା ସମ୍ଭବ ନୁହେଁ ବୋଲି ଅତିଥି ମାନେ ମତବ୍ଯକ୍ତ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମରେ ସମାଜସେବୀ ସୁମନ୍ତ କୁମାର ଜେନାଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସଭାପତିତ୍ବ କରିଥିଲେ ସମୟଚକ୍ର ସମ୍ପାଦକ ସର୍ବେଶ୍ବର ଯେନା, ମୁଖ୍ଯ ଅତିଥି ବସ୍ତା ସ୍ବାସ୍ଥ୍ଯକେନ୍ଦ୍ରର ସାରଜନ ଡା ଅରୁଣ କୁମାର ଭୂୟାଁ, ମୁଖ୍ୟବକ୍ତା ବସ୍ତା ବ୍ଲକ କଂଗ୍ରେସ ସଭାପତି ସତ୍ଯନାରାୟଣ ଗୁପ୍ତା, ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଭୂୟାଁ, ସୁଶାନ୍ତ କୁମାର ପ୍ରଧାନ, ଜଗତ କୁମାର ଗିରି, ସେକ ଜାଗିର ଉଦ୍ଦିନ ଓ ସେକ ସାବିର ପ୍ରମୁଖ ଯୋଗଦେଇ ଥିଲେ ।

               ୬୦ ନମ୍ବର ଜାତୀୟ ରାଜପଥ ମଥାନୀ ବାଇପାସ୍ ନିକଟ ବାସନ୍ତୀ ଦେବୀଙ୍କ ଉଦ୍ଯାନ ପରିସରରେ ବିଭିନ୍ନ ପ୍ରଜାତିର ଗଛ ଅତିଥିମାନଙ୍କ ଦ୍ବାରା ରୋପଣ ହୋଇଥିଲା । ହରିଶ୍ଚନ୍ଦ୍ର ପ୍ରଧାନ ଶିବ ନାରାୟଣ ମାଝି, ରତିକାନ୍ତ ବେହେରା, ବିଶ୍ବଜିତ ମୁଦୁଲି ପରିଚାଳନା କରିଥିବା ବେଳେ ଅର୍ନଯ୍ଯାମି ରାଉଳଙ୍କ ପରେ କାର୍ଯ୍ଯକ୍ରମ ଶେଷ ହୋଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସମାଜ ସେବୀ ଡମ୍ବରୁ ରଣା ଙ୍କ ପରଲୋକ

Sunil Chandra Nayak

ଖଡିଆଳ ସରସତୀ ବିଦ୍ୟାମନ୍ଦିର କୁ ବିଧାୟକ ଙ୍କ ପରିଦର୍ଶନ

ଚନ୍ଦ୍ରକଳା ଦେବୀ ଙ୍କ କବିତା ଦୀପାବଳୀ

Sunil Chandra Nayak

Leave a Comment

error: Content is protected !!