ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହା ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ବେଲପଡ଼ା ସ୍ଥିତ ପୂଜା ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ କମିଟିର ସଭାପତି ଯୁଗଳ କିଶୋର ନାଏକ ସଭାପତିତ୍ବ କରିଥିଲେ l ଉକ୍ତ ବୈଠକରେ କମିଟିର ଉପ ସଭାପତି ରଶ୍ମି ରଞ୍ଜନ ରଣା, ସଂପାଦକ କ୍ଷେତ୍ରମଣି ରଣା, ସହସଂପାଦକ ବସନ୍ତ କୁମାର ସାହୁ, ଚତୃଭୁଜ ରଣା, ସୁନିଲ ରଣା, ଅରୁଣ ରଣା, ବିଶ୍ବମ୍ବର ଭୋଇ, ଅଜୟ ରଣା, ଡୋଳାମଣୀ ପଣ୍ଡିଆ, ମହେଶ୍ୱର ଗହୀର, ଡମ୍ବରୁଧର ରଣା, ବୃନ୍ଦାବନ ବାଗ, ସୁରେଶ ଭୋଇ, ନାରାୟଣ ସରାଫଙ୍କ ସମେତ ଅନେକ ସଦସ୍ୟ ବୈଠକରେ ଯୋଗ ଦେଇଥିଲେ l ଗତ ଦୁଇ ବର୍ଷ ମହାମାରୀ କରୋନା ଯୋଗୁଁ ପୂଜା ନିଡ଼ାମ୍ବରରେ ପାଳିତ ହୋଇଥିବା ବେଳେ ଚଳିତ ବର୍ଷ କିପରି ମହା ଆଡ଼ମ୍ବରରେ ପାଳନ ସହ ଶାନ୍ତିଶୃଙ୍ଖଳାରେ ପୂଜା ସମ୍ପର୍ନ୍ନ ହେବ ସେ ନେଇ ଉପସ୍ଥିତ ସଦସ୍ୟ ମାନେ ମତପ୍ରକାଶ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଧାମରା ସଂଘର ବର୍ଷା ସାହିତ୍ୟ ଆସର ଅନୁଷ୍ଠିତ

Sunil Chandra Nayak

ମୋଟର ଯାନ ଆଇନ ସଂଶୋଧିତ

ବାଜି ଚୌକ ସ୍ଥିତ ସିତାରାମ ମଠ ପ୍ରାଙ୍ଗଣରେ ୮୧ ତମ ନନ୍ଦ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!