ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ହାଇସ୍କୁଲରେ ଜାତୀୟ ହିନ୍ଦି ଦିବସ ପାଳିତ 

 ମୟୂରଭଞ୍ଜ-୧୪-୯-//୨୨(ମସିହା)  ରାଇରଙ୍ଗପୁର ହାଇସ୍କୁଲର ସଭାଗୃହରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦଙ୍କ ସଭାପତିତ୍ବରେ ଜାତୀୟ ହିନ୍ଦି ଦିବସ ପାଳିତ ହୋଇଯାଇଅଛି ।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି ଏବଂ ମୁଖ୍ୟ ବକ୍ତା ଭାବେ ଅଧ୍ଯାପକ ବିଜୟ କୁମାର ରାମ ଯୋଗଦେଇ ହିନ୍ଦି ଦିବସ ପାଳନର ତାତ୍ପର୍ଯ୍ୟ ବିଷୟ ରେ ଆଲୋକପାତ କରିଥିଲେ ।ବିଦ୍ୟାଳୟର ବରିଷ୍ଠ ହିନ୍ଦି ଶିକ୍ଷକ ଚକ୍ରଧର ମଲ୍ଲିକଙ୍କ ସଂଯୋଜନାରେ ଏବଂ ହିନ୍ଦି ଶିକ୍ଷୟିତ୍ରୀ ନିବେଦିତା ନାୟକ ଓ ଧରିତ୍ରୀ ଦାସଙ୍କ ସହଯୋଗିତା ରେ ସଭାକାର୍ଯ୍ୟ ସୂଚାରୁରୂପେ ସମ୍ପାଦିତ ହୋଇଥିଲା।ହିନ୍ଦିକୁ ତୃତୀୟ ଭାଷା ଭାବେ ଚୟନ କରିଥିବା ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ପ୍ରାୟ ତିନି ଶହ ଛାତ୍ର ଉପସ୍ଥିତ ଥିଲେ ।ହିନ୍ଦି ଦିବସ ଉପଲକ୍ଷେ ଆୟୋଜିତ ବକୃତା, ପ୍ରବନ୍ଧ ଏବଂ ପଠନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ସନ୍ତୋଷ କୁମାର ସାହୁ ଙ୍କ କବିତା ହେ କୃଷ୍ଣ 

Sunil Chandra Nayak

ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!