ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶିବ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଭବାନିପାଟଣା -: (ମ ନି ସ)   କଳାହାଣ୍ଡି ଜିଲ୍ଲା ପରିଷଦର ସର୍ବପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶିବ ପଟ୍ଟନାୟକଙ୍କ ୧୦ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଯୁବନେତା ସାଗର ଚରଣ ଦାସ ଯୋଗ ଦାନ କରି ପୂର୍ବତନ ଅଧ୍ୟକ୍ଷଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ ଅଞ୍ଚଳର ବହୁ ସମାଜସେବୀ, ବୁଦ୍ଧିଜୀବୀ, ଶିକ୍ଷାବିତ ଯୁବଗୋଷ୍ଠୀ ଓ ପ୍ରଶଂସକ ଉପସ୍ଥିତ ହୋଇ ଶ୍ରୀ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ଅତିଥି ମାନେ ସ୍ଵର୍ଗତ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ତାଙ୍କର ଅବଦାନକୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଶ୍ରୀ ପଟ୍ଟନାୟକ ଜୀବନର ଶେଷ ନିଃଶ୍ୱାସ ଯାଏଁ ଜିଲ୍ଲାର ବିକାଶ ପାଇଁ ନିଜର ଉତ୍ସର୍ଗୀକୃତ ମନୋଭାବ ପାଇଁ ଜିଲ୍ଲାବାସୀଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ମତବ୍ୟକ୍ତ କରିଥିଲେ। ପରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମର ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଦାସ ଙ୍କ ସମେତ ଯୁବନେତା ମହମ୍ମଦ ସାହେବ, ପରମାନନ୍ଦ ମାଝୀ, ତ୍ରିଲୋଚନ ପାଣିଗ୍ରାହୀ, ସୁବାସ ପ୍ରଧାନ,ସମୀର ପଟ୍ଟନାୟକ,ମଣିରାଜ ରାସୁ, ପ୍ରବୀଣ କୁମାର ତଥା ଶିବ ପଟ୍ଟନାୟକ ଫାଉଣ୍ଡେସନ ଟ୍ରଷ୍ଟର ମୂଖ୍ୟ ସାଗର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଳିତ ହୋଇଥିଲା।

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଠାକୁର

Sunil Chandra Nayak

ସାଇ ଅଂଶୁମାନ ଙ୍କ କବିତା ସ୍ମୃତି ରେ ସୁବାସ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!