ରଜପାନ
ରଞ୍ଜିତା ପତି
ଓଡ଼ିଆ ସଂସ୍କୃତି ଓଡ଼ିଆ ଐତିହ୍ୟ
ଧନ୍ୟ ତାର ପରମ୍ପରା
ବାରମାସେ ତେର ପରବ ପାଳନ
ଅନନ୍ୟ ଦର୍ଶନ ଧାରା,,,,,
ପହିଲି ଆଷାଢ଼ ମେଘ ସଵାରୀ ରେ
ଝୁଲି ଝୁଲି ଆସେ ରଜ
ମେଘ ଓ ମାଟିର ମହାର୍ଘ ମିଳନ
କୁଆଁରୀ ମାନଙ୍କ ସଜ,,,,
ଗାଆଁ ରୁ ସହର ଧନୀ ରୁ ଦରିଦ୍ର
ପାଳନ୍ତି ଖୁସିରେ ରଜ
ଗଣପର୍ବ ଅଟେ ଏ ରଜ ପରଵ
ସଭିଙ୍କ ମନ ମଉଜ,,,,
ଭାବ ଵିନିମୟେ ପରସ୍ପର ମଧ୍ୟେ
ଶ୍ରଦ୍ଧା,ସ୍ନେହ,ସମର୍ପଣ
ରଜ ପୋଡପିଠା ଚକୁଳି ଆରିସା
ସାଥେ ରଜ ପାନ ଜାଣ,,,,,
ଗୁଆ ଗୁଜୁରାତି ଅଳେଇଚ ମିଶା
ସୁମିଷ୍ଟ ରଜର ପାନ
ଘନିଷ୍ଠତା ସହ ଵଢେ ସୁସମ୍ପର୍କ
ଭାବ ଆଦାନ ପ୍ରଦାନ,,,,
ନାଲି ଅଳତା କୁ ଟିପି ଚନ୍ଦନ ରେ
ସଜେଇ ହୁଅନ୍ତି ଝିଅ
ଖାଇ ପାନଖିଲି ଓଠ କରି ନାଲି
ବାସ ତାର ମହମହ,,,,
ଋତୁ ଆବର୍ତ୍ତନେ ପାଗ ଯେ ବଦଳେ
ଥାଏ ପାନର ମହତ୍ତ୍ଵ
ରଜ ମଉଜରେ ରଜ ଖିଲିପାନ
ରହିଥାଏ ବିଶେଷତ୍ବ,,,,,
ଆମ ସଂସ୍କୃତି ର ଅନନ୍ୟ ବିଭବ
ଆତିଥେୟତା ଦର୍ଶନ
ଆପ୍ୟାୟିତ ହ୍ଵନ୍ତି ଅତିଥି ଦେବତା
ଖାଇ ମିଷ୍ଟ ରଜ ପାନ,,,,।