ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସ୍ନାନ ମଣ୍ଡପରେ ଶ୍ରୀଜୀଉ

ସ୍ନାନ ମଣ୍ଡପରେ ଶ୍ରୀଜୀଉ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ବାର ମାସେ ତେର ଯାତରା ତୁମର

ହୋଇଥାଏ ହେ ଠାକୁର,

ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ଯାତରାରେ

ଶୋଭାଟି ଅତି ମଧୁର ll୦ll

 

ଦିଶ କି ସୁନ୍ଦର ସ୍ନାନ ମଣ୍ଡପର

ଭାଇ ଭଉଣୀକୁ ନେଇ

ଶହେ ଆଠ ଗରା ଗାଧୋଇବ ପରା

ତୁମେ ହେ ଜଗତ ସାଇଁ

ଧନ୍ୟ ତୁମ ଲୀଳା ଆହେ ଚକାଡୋଳା

କି ବର୍ଣିବି ନର ଛାର….(୧)

 

ଧରି ହାତୀ ବେଶ ଆହେ ଜଗଦୀଶ

ଭକତେ ଦେବ ଦର୍ଶନ

ପାପ ତାପ ହରି ତୁମେ ହେ ମୁରାରି

ହୋଇଛ ପରା ମହାନ

ତୁମ ସରି କେହି ନାହିଁ ହେ ମଣିମା

ଏହି ମହୀ ମଣ୍ଡଳର….(୨)

 

ସୁନା କୂଅ ଜଳ ଆହେ ଆଦିମୂଳ

ଲାଗି ହେବ ତୁମେ ବୋଲି

ମା ଶୀତଳା ଦେବୀ ତୁମ କଥା ଭାବି

ଜଗି ଥିଲେ କୂଅ ଖାଲି

ଲୋକ କଥା ଶୁଣି କହୁଛି ସାଆନ୍ତେ

ଗଣା ମୁଁ ହେ ମୁରୁଖର……(୩)

 

କରି ତୁମେ ସ୍ନାନ ହେ ଜଗ ମୋହନ

ଅଣସରରେ ରହିବ

ତୁମ ବିନା ନାଥ ହୋଇବୁ ଅନାଥ

ଧରାକୁ କିଏ ରଖିବ

ଏତିକି ଗୁହାରି ଶୁଣିବ ଶ୍ରୀହରି

ଯତନ ନେବ ନିଜର ….(୪)

ଫୁଲବାଣୀ, କନ୍ଧମାଳ

Related posts

ନର୍ଲାରୋଡ଼ ରେ ରାବଣ ପୋଡି ଅନୁଷ୍ଠିତ

Sunil Chandra Nayak

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ , ପୋଲିସ କର୍ମଚାରୀ ଙ୍କୁ ନୂଆପଡ଼। ହେବ ସ୍ଥାନାନ୍ତର

ରଞ୍ଜିତ କୁ ସାହୁ ଙ୍କ କବିତା ଟୋପାଏ ବର୍ଷା

Sunil Chandra Nayak

Leave a Comment

error: Content is protected !!