ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଘଟଗାଁ ତାରିଣୀ ଶ୍ରୀଫଳ ପୂଜିବା

    ଗାଡି ବାଲା ରହି ଯାଆ

ନଡ଼ିଆକୁ ନେବୁ ମୋ ମାଆକୁ ଦେବୁ

      ମୋ ମନ ବାଞ୍ଛା କହିଥା।

ତୋ ପାଇଁ ବାନାକୁ ଗାଡିବାଲା ଦେଲି

        ମାଆଙ୍କୁ ଭାବ ଜଣାଣ

ବହୁତ ଦୂରରୁ ମୋ ଆଶା ପୂରଣ

   ବାରେ ଘେନ ମୋ ପ୍ରଣାମ।

ତାରିଣୀ ମା’ ଯାତ କେତେମୁ ଆନନ୍ଦ

    ହସଖୁସି ତା ପୀଠରେ

ନୟନେ ଦେଖିବି ମାଆ ଦୃଶ୍ୟ ଛବି

    ଶାନ୍ତି ଜପ ମୋ ମନରେ।

ମାଆଙ୍କୁ କାମନା ଜୀବନ ସାନ୍ତ୍ଵନା

    ମାଗୁଛି ମା ଲୋ ଆଶିଷ

ବିପଦ କାଳରେ ଶାହା ହେଉ ଥିବୁ

     ମୋ ପାଶେ ଦେବୁ ସାହସ।

ତୋ ନାମ ସ୍ମରଣ ରଖିଛି ଜୀବନ

   ମା ମୋର ସକଳ ଶକ୍ତି

କାଳ କାଳ ଉଭା ଶକତି ଦିଅନ୍ତି

    ମା ପଦେ ସଦା ଭକତି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ସାହିତ୍ୟ ଅଗଣା

Sunil Chandra Nayak

ମଦଭାଟିକୁ ପଶି ଦୁର୍ବୃତ୍ତ ଟଙ୍କା, ବାଇକ ଛଡ଼ାଇ ଫେରାର

ସକାଳ ର କବିତା

Sunil Chandra Nayak

Leave a Comment

error: Content is protected !!