କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡି ଆଦିବାସୀ ପରମ୍ପରା ର ସୁରକ୍ଷାରେ ଏକ ଆଲୋଚନା ଚକ୍ର ଚଳିତ ମାସ ୪ତାରିଖ ଅପରାହ୍ନ ୪ଘଟିକା ସମୟରେ ସ୍ଥାନୀୟ ଲୋକ ଦୃଷ୍ଟି କଲେଜ ଅଫ ଆଡଭାନ୍ସ ଟେକ୍ନୋଲୋଜି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାରେ ଆଦିବାସୀ ପରମ୍ପରା ଓ ସଂସ୍କତିକୁ ନେଇ ଜୀବନ ବ୍ୟାପି ସାଧନା କରି ଆସୁଥିବା ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଜିଲ୍ଲାର ଆଦିବାସୀ ପରମ୍ପରା ସଂପର୍କରେ ଆଲୋଚନା କରିଥିଲେ। ଆଦିବାସୀ ସଂସ୍କୃତି ଓ ପରମ୍ପରା ନିଜସ୍ଵ କ୍ଷେତ୍ରରେ ଏକ ସୁନ୍ଦର ଏବଂ ସହାବସ୍ଥାନର ସଂସ୍କୃତି। ଏଭଳି ସଂସ୍କୃତି ସମୟ ପ୍ରବାହରେ ବା ହସ୍ତକ୍ଷେପରେ ପ୍ରଭାବିତ ହୋଇ ନିଜର ସ୍ଥିତି ହରାଉଛି ଏଣୁ ଏହି ସଂସ୍କୃତି ର ସୁରକ୍ଷା ଏବଂ ସେମାନଙ୍କୁ ସମୃଦ୍ଧ କରିବା ପାଇଁ ଏଭଳି ଆଲୋଚନା ଚକ୍ର ଆୟୋଜନ କରାଯାଇ ଥିବା ପରିଷଦର ଅଧ୍ୟକ୍ଷା ଓ ଲେଖିକା ଡକ୍ଟର ସୁନିତି ମୁଣ୍ଡ ପ୍ରକାଶ କରିଛନ୍ତି। ଉପସ୍ଥିତ ଜନସାଧାରଣ ଆଲୋଚନାର ବିଷୟ ଉପରେ ଆଲୋଚକ ଙ୍କ ସହିତ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ପରେ ଏଲସିଏଟି ର ଅଧ୍ୟକ୍ଷ ଶ୍ରୀ ଅବନୀ ମୋହନ ପାଣିଗ୍ରାହୀ ଆଦିବାସୀ ସଂସ୍କୃତି ଓ ପରମ୍ପରା ସଂପର୍କରେ ତାଙ୍କ ଅନୁଭୂତି ବାଢ଼ିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।ଲୋକ ଦୃଷ୍ଟି କଲେଜ ଅଫ ଆଡଭାନ୍ସ ଟେକ୍ନୋଲୋଜି ଏହି କାର୍ଯ୍ୟକ୍ରମ ରେ ସହଯୋଗିତା କରିଥିଲେ। ଆଦିବାସୀ ପ୍ରତିନିଧି ମାନଙ୍କ ସହିତ ଶତାଧିକ ଜନସାଧାରଣ ଓ ବୁଦ୍ଧିଜୀବି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଆଦିବାସୀ ପ୍ରକୃତି ଓ ସଂସ୍କୃତି ବିନା ବିଶ୍ୱର ସାଂସ୍କୃତିକ ଜୈବ ବିବିଧତା ବିପଦଜନକ ସ୍ଥିତିରେ ପଡ଼ିଅଛି ତେଣୁ ପ୍ରକୃତିର ସୁରକ୍ଷା ଦିଗରେ ଆଦିବାସୀଙ୍କ ଜ୍ଞାନ ପରମ୍ପରା ସମଗ୍ର ବିଶ୍ବରେ ଅନୁକରଣୀୟ ଲକ୍ଷହୀନ ହେବା ଉଚିତ ବୋଲି ଏହି ଆଲୋଚନାର ମୁଖ୍ୟବିନ୍ଦୁ ଥିଲା।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..