ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାରଓ୍ଵାଡି ଯୁବା ମଞ୍ଚ ପକ୍ଷରୁ  ନବଜାତ  ଶିଶୁଙ୍କୁ କିଟ୍ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

ଭବାନୀପାଟଣା:୧/୪- ମସିହା:-ଉତ୍କଳ ଦିବସ ଅବସରରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ଶିଶୁ ଓ୍ବାର୍ଡ ଠାରେ ଭବାନୀପାଟଣା ମାରଓ୍ବାର୍ଡି ଯୁବ ମଞ୍ଚ ପକ୍ଷରୁ ଜନ୍ମିତ ଶିଶୁଙ୍କୁ ଶିଶୁ କିଟ୍ ଓ ଫଳ ବଣ୍ଟନ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା CDMO ଯୋଗଦେଇ ନୂତନ ଜନ୍ମିତ ଶିଶୁଙ୍କୁ କିପରି ଭାବରେ ଯତ୍ନ ନିଆଯିବ ତାହା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ସଚେତନତା ସୃଷ୍ଟି କରିଥିବା ବେଳେ ମାରଓ୍ବାର୍ଡି ଯୁବ ମଞ୍ଚର ସଭାପତି ଶ୍ରୀ ଯୁଗେଶ ଅଗ୍ରୱାଲ, ଉପ- ସଭାପତି ଶ୍ରୀ ଓଁ ଅଗ୍ରୱାଲ, ସମ୍ପାଦକ ଶ୍ରୀ ସୌରଭ ଗୁପ୍ତା, କୋଷାଧ୍ୟକ୍ଷ ଶ୍ରୀ ମନୀସ ଶର୍ମା, ଯୁଗ୍ମ ସମ୍ପାଦକ ଅମନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ସହଯୋଗ କରିଥିଲେ ଅନମୋଲ ଅଗ୍ରୱାଲ, ରାକେଶ ଶର୍ମା, କିଷନ ଶର୍ମା, ଅମନ ଅଗ୍ରୱାଲ (ମୋନୁ) ସୋନୁଲାଲ ଅଗ୍ରୱାଲ,ରୀଙ୍କୁ ଅଗ୍ରୱାଲ, ସୁମନ ଅଗ୍ରୱାଲ ସମେତ୍ କର୍ମକର୍ତ୍ତା।

ଭବାନୀପାଟଣା ରୁ କିଶନ ଶର୍ମାଙ୍କ ରିପୋର୍ଟ

Related posts

ଜନରଞ୍ଜନପ୍ରଧାନ ଙ୍କ କବିତା ଶରଣ

Sunil Chandra Nayak

ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ   ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନଗର ପରିକ୍ରମା

ଗୋଳାମୁଣ୍ଡା ଜନ କଲ୍ୟାଣ ସାମ୍ବାଦିକସାଂଗଠନିକ ବୈଠକ 

Leave a Comment

error: Content is protected !!