ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣା ରେ ମୃତ ଡ୍ରାଇଭର ର ପରିବାର କୁ ସହଯୋଗ ର ହାତ ବଢ଼େଇଲେ ଟେକ୍ସି ଚାଳକ ସଂଘ

 ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଜୟମାତା ଦି ଟେକ୍ସି ସଂଘ, ସମଲେଶ୍ବରୀ ଡ୍ରାଇଭର ସଂଘ ଏବଂ ଓଡିଶା ଡ୍ରାଇଭର ମହାସଙ୍ଘ ର ନିଳିତ ଆନୁକୂଲ୍ୟରେ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି।ନିଜ ଡ୍ରାଇଭର ବନ୍ଧୁଙ୍କ ଦୁର୍ଘଟଣା ରେ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଆର୍ଥିକ ଶଙ୍କଟ ଦେଇ ଗତି କରିଥାନ୍ତି। ତାଙ୍କ ପରିବାର ଭାଙ୍ଗି ପଡିଥାଏ। ତେଣୁ ଖଡ଼ିଆଳ ବ୍ଲକ ଏବଂ ସିନାପାଲି ବ୍ଲକ ର ଟେକ୍ସି ଡ୍ରାଇଭର ସଙ୍ଘ ପକ୍ଷରୁ ନିଜ ସାଥୀଙ୍କ ଦୁଃଖଦ ସମୟରେ ଶୋକାକୂଳ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଉଭୟ ଖଡ଼ିଆଳ, ବୋଡେ଼ନ ଏବଂ ସିନାପାଲି ର ଡ୍ରାଇଭର ସଂଘ ପକ୍ଷରୁ ୪୨୮୦୦/- ଟଙ୍କା ସ୍ଵର୍ଗତ ହରେକୃଷ୍ଣ ବିଶିଙ୍କ ପରିବାରଙ୍କୁ ପ୍ରଦାନ କରିଛନ୍ତି। ନିକଟ ରେ କଳାହାଣ୍ଡି ଜିଲ୍ଲାର ଛାତିଗୁଡା ଛକ ଶାନ୍ତପୁର ଠାରେ ଦୁର୍ଘଟଣାରେ ସେ ମୃତ୍ୟୁ ବରଣ କରିଥିଲେ। ସେତେ ବେଳେ ତାଙ୍କ ମୃତ ଶରୀର କୁ ସମ୍ମାନ ସହ ଖଡ଼ିଆଳ ନଗର ପରିକ୍ରମା କରି ବୁଏରଭଟ୍ଟା ଗ୍ରାମ ରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା। ଆଜି ତାଙ୍କ ଦଶାହ କାର୍ଯ୍ୟକ୍ରମରେ ଟେକ୍ସି ଚାଳକ ସଂଘ ପକ୍ଷରୁ ୪୨ ହଜାର ୮ ଶହ ଟଙ୍କା ସହଯୋଗ କରିଛନ୍ତି। ଏହା ଏକ ମାନବିକତା ସହ ଶୋକାକୂଳ ପରିବାରଙ୍କୁ ସମ୍ବେଦନା ଜଣାଇ ଆର୍ଥିକ ସହଯୋଗ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଉରକେଲା ସ୍ପୋର୍ଟସଆସୋସିଏସନ୍ ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ରାଇରଙ୍ଗପୁରରେ ଶ୍ରୀଜଗନ୍ନାଥଙ୍କ ୩୫ ତମ ପବିତ୍ର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାଜ୍ୟ ରେ ଶ୍ରେଷ୍ଠ ସଭାପତି ଭାବେ ସମ୍ବର୍ଦ୍ଧିତ

Leave a Comment

error: Content is protected !!