ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନର ମାନେ କଣ?

ଜୀବନର ମାନେ କଣ?

ଉପେନ୍ଦ୍ର କୁମାର ବସ୍ତିଆ

ଅନେକ ଥର ପ୍ରଶ୍ନ ଆସେ ମନକୁ
ଜୀବନର ମାନେ କଣ ?
ଯାତନା ,ଲାଞ୍ଛନା,ନିର୍ଯାତନା ନା
ଅସୀମ ସୁଖର ସୁଲୋଚନା ?
ଜୀବନ କଣ ବିରହ ବେଦନା ନା
ସୀମାହିନ ମିଳନର ସମାଲୋଚନା ?
 
ଜୀବନ କଣ ?
ଲାଭ ଆଉ ଭୋଗର ଲାଳସା ?ନା
ସଜ୍ଞାବାହି ତ୍ୟାଗର ପରସା ?
ଜୀବନ କଣ ମିଥ୍ୟା ଓ ପ୍ରତାରକ?
ନା ସମ୍ପୂର୍ଣ୍ଣ ପ୍ରୀତିଭରା ମହକ ?
ଜୀବନ •••
ଆନନ୍ଦ ଅଟେ ଲୁହ ନୁହେଁ
ଜୀବନ •••
ସତ୍ୟ ଅଟେ ପ୍ରତାରଣା ନୁହଁ,
ଜୀବନ •••
ତ୍ୟାଗ ଅଟେ ଭୋଗ ନୁହେଁ ।
କେବଳ ମିଳନ ହିଁ ମିଳନ
ବିରହ ନୁହେଁ ।ସଂଜ୍ଞା ବାହି ପ୍ରାଣୀର
ପ୍ରତୀକ ହିଁ ଜୀବନ ଅଟେ ।

ରାଉରକେଲା

Related posts

ନର୍ଲା: ଉତ୍ତର ବନଖଣ୍ଡରେ ହାତୀ ଉପଦ୍ରବ,ଧାନ ଫସଲ ନଷ୍ଟ

Sunil Chandra Nayak

କାର୍ତ୍ତିକ ପୂର୍ଣ୍ଣମୀରେ ପଡ଼ୁଛି ଚନ୍ଦ୍ରଗ୍ରହଣ….

Sunil Chandra Nayak

ଦୁଇ ବାଇକ୍ ମୁହାଁ ମୁହିଁ ,ଜଣେ ମୃତ ,ଦୁଇ ଗୁରୁତର 

Sunil Chandra Nayak

Leave a Comment

error: Content is protected !!