ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ବସଷ୍ଟାଣ୍ଡରେ ଖବର ବିତରକଙ୍କ ବ୍ୟାଗ ସହ ଦସ୍ତାବିଜ୍ ଲୁଟ୍

ମୟୂରଭଞ୍ଜ -୦୮/୦୯/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ବର୍ଷିୟାନ ଖବର କାଗଜ ଏଜେଣ୍ଟ ଓ ବିତରକ ଭୋଳାନାଥ ଶର୍ମା ପ୍ରତିଦିନ ଭଳି ଗୁରୁବାର ବସଷ୍ଟାଣ୍ଡରେ ଖବର କାଗଜ ସଂଗ୍ରହ ଓ ବିତରଣ କରିବା ପାଇଁ ବସଷ୍ଟାଣ୍ଡ କୋଣରେ ଥିବା ତରାଟ ଫୁଲ ଗଛମୂଳରେ ବସିଥିଲେ । ୮.୧୫ ସମୟରେ ବୋକାରୋ ବସ ପହଞ୍ଚିବା ଯୋଗୁଁ ସେ ତରତର ହୋଇ ବେଗ ଛାଡି ଖବର କାଗଜ ଵଣ୍ଡଲ ବସରେ ପଠାଇବା ପାଇଁ ଯାଇଥିଲେ । ଦଶ ମିନିଟ୍ ପରେ ଆସନ୍ତି ଦେଖନ୍ତି ତ ବେଗ ସହ ଟଙ୍କା ଓ ଆବଶ୍ୟକୀୟ ଦସ୍ତାବିଜ୍ କାନାରା ପାଶବୁକ୍,ଆଧାର କାର୍ଡ,୯୫୦ ଟଙ୍କା,ହିସାବ ଖାତାକୁ କେହି ଦୁବୃର୍ତ୍ତ ନେଇ ପଳାଇ ଯାଇଛି । ଏଥିରେ ବ୍ୟସ୍ତ ହୋଇ ସେ ରାଇରଙ୍ଗପୁର ଟାଉନ ଥାନାରେ ଖବର ଦେଇଥିଲେ । ପୋଲିସ ଆସି ବସଷ୍ଟାଣ୍ଡରେ ଥିବା ବିଦେଶୀ ମଦ ଦୋକାନରେ ଲାଗିଥିବା ସିସି କେମେରାରେ ଦୁବୃର୍ତ୍ତ ଙ୍କ ଅର୍ଥ ହୋଇ ରହିଛି ।ଖୁବ୍ ଶିଘ୍ର ପୋଲିସ ଯନ୍ତାରେ ପଡ଼ିବ !ଖବର ବିତରକଙ୍କୁ ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ମନୋରଂଜନ ତିରିଆ, ମେଘନାଦ ହେମ୍ବ୍ରମ ପ୍ରମୁଖ ସହାୟତା କରିଥିଲେ ।ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା,ଓଡ଼ିଶାର କର୍ମକର୍ତ୍ତାଙ୍କ ନାମ ଘୋଷଣା

Sunil Chandra Nayak

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ NCC କ୍ୟାଡେଟ ମାନଙ୍କର କାର୍ଗିଲ ବିଜୟ ଦିବସ ପାଳିତ

Sunil Chandra Nayak

ଗୋଲାମୁଣ୍ଡା ପଞ୍ଚାୟତ ସମିତି ର ପ୍ରଥମ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!