ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ଠାରେ ଶାନ୍ତିଶୃଙ୍ଖଳା ଭାବରେ ରଥଯାତ୍ରା ଅନୁଷ୍ଠିତ

ଥୁଆମୂଳ ରାମପୁର:୧/୭- ମ.ନୀ.ସ:– କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଠାରେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। କୋଭିଡ୍ ମହାମାରୀ ଯୋଗୁଁ ଦୀର୍ଘ ଦୁଇବର୍ଷ ହେଲା ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା ଫଳରେ ଚଳିତ ବର୍ଷ ପାଗ ଅନୁକୂଳ ଥିବା ସହ କୋଭିଡ୍ କଟଣା ଆଉ ନାହିଁ, ତେଣୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ବିଭାଗ ଓ ପୂଜା କମିଟି ତରଫରୁ ବ୍ଯାପକ ଭାବରେ ବ୍ଯବସ୍ଥା କରିଥିଲେ। ଆଜି ଶୁକ୍ରବାର ସକାଳୁ ରୀତିନୀତି ଅନୁଯାୟୀ ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ପୂଜକଙ୍କ ଦ୍ବାରା ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇ ଥିଲେ। ଦିବା ବିଳମ୍ବରେ ହିଁ ଛେରାପହଁରା କାର୍ଯ୍ଯ ଶେଷ ହେବାପରେ ତିନିଠାକୁର ରଥରୂଢ ହୋଇଥିଲେ। ମହାପ୍ରଭୁ ରଥରୂଢ ହେବାପରେ ପରମ୍ପରା ଅନୁସାରେ ଛୋଟ ଶିଶୁ ମାନଙ୍କୁ ରଥଛୁଆଁ କାର୍ଯ୍ଯ ହୋଇଥିଲା। ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ଭକ୍ତ ଓ ଶ୍ରଦ୍ଧାଳୁ କେତେ ଆକୁଳର ସହ ଅପେକ୍ଷା କରିଥିଲେ। ଭକ୍ତ ଶ୍ରଦ୍ଧାଳୁ ପ୍ରଭୁ ଙ୍କୁ ଦର୍ଶନ କରିବା ପରେ ଭକ୍ତମାନେ ପ୍ରଭୁଙ୍କ ରଥକୁ ମାଉସୀ ମାଁଙ୍କ ମନ୍ଦିର ଅଭିମୁଖେ ଟାଣିନେଇଥିଲେ। ହରିବୋଲ ହୁଳହୁଳି ଶଦ୍ଦରେ ଉଛୁଳିଥିଲା ଗଗନପବନ।ସଂର୍କୀତନ ତାଳେତାଳେ ଭକ୍ତମାନେ ବିଭୋର ହୋଇପଡିଥିଲେ। ଏହିଯାତ୍ରାର ତଦାରଖ ପୂଜାକମିଟି ଦାୟିତ୍ୱରେ ରହିଥିବା ବେଳେ ବିଳମ୍ବରେ ରଥ ମାଉସୀ ମାଁଙ୍କ ମନ୍ଦିରରେ ପହଞ୍ଚି ଥିଲା। ରାସ୍ତାର ଶୋଚନୀୟ ଅବସ୍ଥା ସାଙ୍ଗକୁ ରସ୍ତାରେ ବିଦ୍ଯୁତ ତାର ଓହଳି ଥିବାଯୋଗୁଁ ରଥ ଯିବାପାଇଁ ବାଧକ ସାଜିଥିଲା। ବିଦ୍ଯୁତ ତାର ହଟାଇବା ପାଇଁ ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ବିଦ୍ଯୁତ ବିଭାଗ ସହଯୋଗ କରିଥିଲେ। ଏପରି ପରିସ୍ଥିତି କାହିଁକି ହେଉଛି ସେନେଇ ଆଗରୁ ଚିନ୍ତା କରିବା ଆବଶ୍ୟକତା ରହିଛି। ସେହିପରି ମୁଖ୍ୟ ରାସ୍ତାର ଦୁଇପାର୍ଶରେ ଦୁଇଗୋଟି ସାଗର ରହିଅଛି। ଯାହାକି ବିପଦ ସଂଙ୍କୁଳ ଅବସ୍ଥା ଦେଇଗତି କରୁଅଛି।ଅଣ ଓସାରିଆ ରାସ୍ତା ଯୋଗୁଁ ଆଗକୁ ଦୁର୍ଘଟଣାକୁ ଏଡାଇ ଦିଆଯାଇନ ପାରେ। ତେବେ ସାଗର ମଧ୍ୟ ଭାବରେ ରହିଥିବା ରାସ୍ତାରେ ଯାନବାହନ ଓ ଅନେକ ଲୋକ ଚଳପ୍ରଚଳ ହୁଅନ୍ତି। ଏହି ରଥଯାତ୍ରା ସମୟରେ ଅନେକ ଲୋକଙ୍କ ସମାଗମ ହୋଇଥାଏ। ସେନେଇ ସ୍ଥାନୀୟ ବୁଦ୍ଧିଜୀବୀ ପୂଜାକମିଟି ସଚେତନ ହୁଅନ୍ତୁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଅଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆଇନ ଜାଣିଲେ ହିଁ ଆମେ ଘରୋଇ ହିଂସା ରୁ ନିଜକୁ ସୁରକ୍ଷିତ ରଖିପାରିବା

Sunil Chandra Nayak

କେଶବ ସାହୁ ଙ୍କ କବିତା ନିଖୁଣ ପୃଥିବୀର ସନ୍ଧାନରେ

Sunil Chandra Nayak

ବିଶ୍ୱ ମାତୃତ୍ୱ ଦିବସରେ ସଲାମ

Leave a Comment

error: Content is protected !!