ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭ୍ରମର ବାଗ ଙ୍କ କବିତା ହେ କଳା ଠାକୁର 

     ହେ କଳା ଠାକୁର 

ହେ କଳା ଠାକୁର… କଳା ଠାକୁର…

       ତୁ ପରା ବୁଝୁ ଦୁଃଖୀ ଖବର…,

              ଏବେ ତୁ କୃପା ସାଗର

               କିବା ତୁ ନିଦା ପଥର କିଛି ବୁଝି ବିଚାରି ହୁଏନା…..

ତୋର ଅନ୍ତର ହେ କଳା ଠାକୁର…..

                 ( O 

ତୁ ତ ଛପନ ଭୋଗ ଉପରେ ଖାଉ ଅଭଡ଼ା

ମୋତେ ଖାଇବାକୁ ଦେଉ ବେଢ଼ି ଉପରେ କୋରଡ଼ା,

            ନବୁଝୁ ତୁ ଦୁଃଖୀ ଦୁଃଖ

              ହେଉ ଏଡେ ବିବେକ,

ପ୍ରଭୁ ହୋଇ ଏକି ତୋର…..

ଅନ୍ୟାୟ ବିଚାର… ହେ କଳା ଠାକୁର

                  ( ୧ )

କାହା ପାଲିଙ୍କି ଉପରେ ଟେକୁ, ତୁ ପାଟ ଛତା

କାହା ବୋଝର ଉପରେ ଲଦୁ, ତୁ ନଳିତା ବିଡା,

               କାକୁ ଦେଉ ସୁଖ ସୁନା

               ବୁଲାଉ କା କଳା କନା,

ତୁ ନାଟର ଗୋବର୍ଦ୍ଧନ, ଅନର୍ଥର ମୂଳ

ହେ କଳା ଠାକୁର……..

                  ( ୨ )

ତୋତେ ଡାକି ହେଉ ଲାଭ କ୍ଷତି, ଶୁଭ ଅଶୁଭ

ତୋତେ ଭରସା କରିଥିବ ଏ ଆରତ ଗରିବ,

              କରିଲେ ବି ତୁହି ପର

              ମଣିବ ତୋତେ ନିଜର,

ରହିଥିବି ଯେତେ ଦିନ,ମର ସଶରୀର

ହେ କଳା ଠାକୁର… କଳା ଠାକୁର…

ତୁ ପରା ବୁଝୁ ଦୁଃଖୀ ଦୁଃଖ……

                    ( ୩ )

ଭ୍ରମର ବାଗ

ସିନାପାଲି, ନୂଆପଡ଼ା

Related posts

ଖଡ଼ିଆଳ ପୌର ନିର୍ବାଚନ ନେଇ କଲହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ମାରାଥନ ପ୍ରଚାର

Sunil Chandra Nayak

ସଫଳା ଦାସ ଙ୍କ କବିତା ଆମରି ବାପୁ 

Sunil Chandra Nayak

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜନଜାତି/ଜାତି,ମହୁଲଡିହା, ରାଇରଙ୍ଗପୁର ପରିସରରେ ଅଭିଭାବକ – ଶିକ୍ଷକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!