ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲକ୍ଷ୍ମୀ ବଗର୍ତ୍ତି ଙ୍କ କବିତା ମାଁଙ୍କ ଆବାହନୀ

ମାଁଙ୍କ ଆବାହନୀ

ଆସ ଆସ ମାଗୋ ମଙ୍ଗଳ ମାଙ୍ଗଲ୍ୟେ
  ଡାକୁଅଛି ଭକ୍ତି ଭାବେ
ଘେନା କର ପୂଜା ଏ ଧରା ବାସୀ ଙ୍କ 
   ଦୁଃଖ ନ ରହୁ ଏ ଭବେ ।।
ପ୍ରଥମ ଦିବସେ ଶୈଳପୁତ୍ରୀ ବେଶ 
   ଦ୍ଵିତୀୟ ବ୍ରହ୍ମ ଚାରିଣୀ  
 ତୃତୀୟ ରେ ଚନ୍ଦ୍ରଘଣ୍ଟା ମାତା ତୁହି
    ଚତୁର୍ଥେ କୁଷ୍ମାଣ୍ଡା ନାମ୍ନୀ ।।
ପଞ୍ଚମ ରେ ସ୍କନ୍ଦ ମାତା ଚଣ୍ଡୀ ରୂପେ 
   ଜଗତର ଦୁଃଖ ହରୁ
ଷଷ୍ଠରେ ତୁହି ମାଁ କାତ୍ୟାୟନୀ ରୂପେ 
   ସକଳ ପାତକ ହରୁ ।।
ସପ୍ତମ ରେ କାଳରାତ୍ରି ବିଦ୍ୟମାନ
      କରାଳ ରୂପକୁ ଧରି
କୋଟି ଅକ୍ଷୌହିଣୀ ସୈନ୍ୟସହିତେ ଗୋ 
    ଯମଘଣ୍ଡ କୁ ସଂହାରି ।।
    
ଅଷ୍ଟମରେ ମହାଗୌରୀ ନାମ ତୋର
    ନବମେ ସିଦ୍ଧିଦାତିରୀ  
ସର୍ବସିଦ୍ଧି କରୁ ଭକତ ଜନର
    ଦୁଃଖ ଶୋକ ନାଶକରି।।
ଏହି ରୂପେ ମାଗୋ ପୂଜା ମର୍ତ୍ତ୍ୟପାଉ 
     ନବ ଦିନେ ନବ ବେଶେ
ମହିଷାସୁରକୁ ବଧକରୁ ମାଗୋ
    ଦୁର୍ଗା ବେଶ ହୋଇ ଶେଷେ ।।
ଦାନବ ଦଳିନୀ ମହିଷା ମର୍ଦ୍ଧିନୀ
    ଜଗରର ଦୁଃଖ ହର
ଦଶଭୁଜେ ଦଶ ଆୟୁଧକୁ ଧରି
   ଉଶ୍ଵାସ ଗୋ ପାପ ଭାର ।।
ଦିନୁ ଦିନ ବଢେ ଅନ୍ୟାୟ ଅନୀତି
    ହତ୍ୟା ବଳାତ୍କାର ଯେତେ
ଗୋଟିଏ ଦାନବ ସଂହାର ହୋଇଲେ
    ଆଉ ଜନମନ୍ତି କେତେ ।।
ଆସି ରକ୍ଷା କର ଏ ଧରାଧାମକୁ
    ବଢିଲାଣି ପାପ ଭାରା
କେତେ ଚଣ୍ଡ ମୁଣ୍ଡ କେତେ ରକ୍ତବିର୍ଯ୍ୟ
    ସମ୍ଭାଳି ପାରୁନି ଧରା ।।

ଲକ୍ଷ୍ମୀ ବଗର୍ତ୍ତି

 ଟିଟିଲାଗଡ଼ ବଲାଙ୍ଗୀର

Related posts

ସଫଳା ଦାସ ଙ୍କ କବିତା ପ୍ରଶଂସା

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଅଛି ଯଦି ତୁମେ ମନେ 

ଅବସରପ୍ରାପ୍ତ ଶିକ୍ଷକଙ୍କ ବୈଠକ

Sunil Chandra Nayak

Leave a Comment

error: Content is protected !!