ରାଇଘର ୨୧/୯ (ମ ନି ସ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଓ ଖିଲୋଲୀ ପଂଚାୟତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି କିଛି ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା l ଏହି ପୋଷ୍ଟର ମାଧ୍ୟମରେ ମାଓବାଦୀ ୧୮ ତମ ସ୍ଥାପନା ଦିବସକୁ ଆଡମ୍ବର ସହ ପାଳନ କରିବାକୁ ଆହ୍ୱାନ କରିଛନ୍ତି | କୁନ୍ଦେଇ ପଂଚାୟତର କିଛି ସ୍ଥାନରେ ଏବଂ ଖିଲୋଲୀ ଓ ଖୁଡୁକୁ ଅଂଚଳର କିଛି ସ୍ଥାନରେ ଆଜି ସକାଳୁ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଥିଲା l ଏହି ପୋଷ୍ଟର ରେ ଚଳିତ ମାସ ୨୧ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ୧୮ ତମ ସ୍ଥାପନା ଦିବସ ପାଳନ କରିବାକୁ ଆହ୍ୱାନ କରିଛନ୍ତି | ମାଓ ସଙ୍ଗଠନର ମୁଖ୍ୟ ସନ୍ଥାପକ ଚାରୁ ମଜୁମଦାର ଓ କହ୍ନାଇ ଚାଟାର୍ଜିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ କାମନା କରିବା ସହ ସଂଗଠନକୁ ମଜଭୁତ କରିବା ପାଇଁ ଉକ୍ତ ପୋଷ୍ଟରରେ ଉଲ୍ଲେଖ କରାଯାଇଛି | ଏଥିସହିତ ଏହି ପୋଷ୍ଟର ମାଧ୍ୟମରେ ଜମି, ଜଳ ଓ ଜଙ୍ଗଲ କୁ ଗୁରୁତ୍ୱ ଦେବା ସହିତ ଭାରତୀୟ କାମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ର ରକ୍ଷା କରିବା ସହିତ ପି.ଏଲ.ଜି.ଏ ରେ ଯୋଗ ହେବାକୁ ଆହ୍ୱାନ କରିଛନ୍ତି |
ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ