କୋକସରା,୨୯/୯- (ମ ନି ସ) କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ନେଗିଗୁଡା ନିକଟରେ ଥିବା ମେଗାଲିଫ୍ଟ କେନାଲ ର ଶେଷ ମୁଣ୍ଡ ଭଣା ଡୋଙ୍ଗରି ନିକଟରେ ଗୁରବାର ଅପରାହ୍ନ ରେ ଏକ ଅଜଣା ମହିଳା ଙ୍କ ମୃତଦେହ ଭାଷି ଆସି ଚେନାଲ ଗେଟ ରେ ଆସି ଲାଗି ରହିଛି। ତେବେ ମୃତ ମହିଳା ଙ୍କ ପରିଚୟ ମିଳିନାହିଁ। ସ୍ତାନୀୟ କିଛି ଗ୍ରାମବାସୀ ମହିଳା ଙ୍କ ଶବ କେନାଲ ରେ ଥିବା ଦେଖି କୋକସରା ପୁଲିସ ଓ ଦମକଳ କର୍ମଚାରୀ ଙ୍କୁ ଖବର ଦେଇଥିଲେ। ପୁଲିସ ଓ ଦମକଳ କର୍ମଚାରୀ ତ୍ୱରିତ ପଦକ୍ଷେପ ନେଇ ଘଟଣାସ୍ଥଳରେ ପହଞ୍ଚି କେନାଲ ରୁ ମହିଳା ଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ଆଣିଥିବା ଜଣାପଡିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ମୃତ ମହିଳା ଙ୍କ ପରିଚୟ ଅସ୍ପଷ୍ଟ ରହିଛି। କୋକସରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଛନ୍ତି।