ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ୍ଧ ହୁଡା ରେ ଦୁର୍ବିସହ ଜୀବନ

ରାଜ୍ୟ ତଥା କେନ୍ଦ୍ର ସରକାର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ହେଉ ସମସ୍ତ ଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରି ତାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଏମିତିକି ପାଣି ପାଇଁ ବସୁଧା, ବିଜୁଳି ପାଇଁ ଶୋଭାଗ୍ୟ, ଗୃହ ହୀନ ଙ୍କ ପାଇଁ ଆବାସ ଭୂମିହୀନ ଙ୍କ ପାଇଁ ବସୁନ୍ଧରା , ଜଗା ମିଶନ ଯୋଜନା କରିଛନ୍ତି । ଏମିତି କି ରାଜ୍ୟ ସରକାର ଜନ୍ମ ଠାରୁ ମୂର୍ତ୍ୟୁ ପର୍ଯ୍ୟନ୍ତ ଯୋଜନା କରି ଲୋକଙ୍କ ହିତ ପାଇଁ କାର୍ଯ୍ୟ କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ରାଜନେତା ଙ୍କ ଆନ୍ତରିକତା ର ଅଭାବ ଓ ଅବହେଳା କାରଣରୁ ଯୋଜନାର ସଫଳ ରୂପାୟନ ହୋଇନପାରି ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ଚିତ୍ର ସାମ୍ନା କୁ ଆସିଛି ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୨ ନମ୍ବର ୱାର୍ଡ ଗୋଡେଲବନ୍ଦ ପଡା ରୁ……ଆସନ୍ତୁ ଦେଖିଵା ଭୂମିହୀନ ଓ ଗୃହହୀନ ଙ୍କ ଦୁର୍ବିସହ ଜୀବନ ର କାହାଣୀ ବନ୍ଧ ହୁଡା ରେ ଜୀବନ।

ନୂଆପଡା ର ସର୍ବ ପୁରାତନ ଓ ପ୍ରମୁଖ ସହର ହେଉଛି ଖଡ଼ିଆଳ । ଏହି ସହର ଜିଲ୍ଲା ଗଠନର ବହୁ ପୂର୍ବରୁ NAC ର ମାନ୍ୟତା ପାଇ ସାରିଥିଲା । ହେଲେ ଆଜି ଯାଏ ଏହି ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିକାଶ ହୋଇ ପାରିନାହିଁ । ରାଜା ରାଜୁଡ଼ା ଶାସନ ସମୟ ରୁ ଖଡ଼ିଆଳ ର ନାମ ଏକ ସ୍ୱତନ୍ତ୍ର ଆଖ୍ୟା ଅର୍ଜନ କରିଥିଲେ ହେଁ ଏଠିକାର ଗରିବ ଖଟିଖିଆ ଙ୍କ ବିକାଶ ହୋଇ ପାରିନାହିଁ । ଖଡ଼ିଆଳ NAC ରେ ବିଭିନ୍ନ ପ୍ରକାର ସମସ୍ୟା ରହିଥିଲେ ହେଁ ଏଠିକାର ୧୨ ନମ୍ବର ୱାର୍ଡ ଗୋଡେଲ ବନ୍ଧ(ପୋଖରୀ) ପଡ଼ାବାସୀ ଙ୍କ ସମସ୍ୟା ଅନ୍ୟତମ । ଏହି ୧୨ ନମ୍ବର ୱାର୍ଡ ଗୋଡେଲବନ୍ଧ ପୋଖରୀ ହୁଡାରେ ଦେଖୁବାକୁ ମିଳେ ଧାଡ଼ି ଧାଡି ଘର । ଦୀର୍ଘ ୪୦ ରୁ ୫୦ ବର୍ଷ ହେବ ବନ୍ଧ ହୁଡା ରେ ଦୁର୍ବିସହ ଜୀବନ କାଟୁଛନ୍ତି ୧୫ ପରିବାର। ସମସ୍ତଙ୍କ ଘର ଛୋଟ ଛୋଟ, ଝାଟି ମାଟିର ଘର। ଗୋଟିଏ ଗୋଟିଏ କୋଠରୀରେ ୨ ରୁ ୩ ପରିବାର ମଧ୍ୟ ରହିବାକୁ ପଡେ। ୧୯୬୫ ମସିହା ର ମରୁଡି ସମୟରେ ଏହି ଅଞ୍ଚଳ ର ଲୋକେ ତ୍ରାହି ତ୍ରାହି ଡାକୁଥିଲେ । ଠିକ ସେହି ସମୟରେ ଖଡ଼ିଆଳ ଆଖପାଖ ଅଞ୍ଚଳର ବିଭିନ୍ନ ଗାଁ ରୁ ଆସି ଖଡ଼ିଆଳ ରେ ରହି ଯାଇଛନ୍ତି। କିଏ ଖୀରମାଲ ଗାଁ ରୁ ଆସିଛି ତ କିଏ ମତ୍ରୀତରାଇ ଗାଁରୁ, କିଏ ପୁଣି ସୁନାରୀସିକୁଆଁ ଗାଁ ରୁ। ମରୁଡ଼ିର କରାଲ ଚିତ୍ର ସେମାନଙ୍କୁ ବାଧ୍ୟ କରିଥିଲା ଭିଟାମାଟି ଛାଡିବା ପାଇଁ। ଖଡ଼ିଆଳ ଆସି ବିଭିନ୍ନ ସ୍ଥାନରେ ଝାଟିମାଟି କୁଡ଼ିଆ କରି ରହି ପୁରୁଷ ମାନେ କୁଳି ମଜୁରୀ କରୁଥିବା ବେଳେ ମହିଳା ମାନେ ପରଘରେ ବାସନ ମାଜି ପେଟ ପୋଷିବାକୁ ଲାଗିଲେ। କାଲକ୍ରମେ ସେମାନେ ଖଡ଼ିଆଳ ର ସ୍ଥାୟୀ ବାସିନ୍ଦା ହୋଇଗଲେ ସତ ହେଲେ ଆଜିଯାଏ ଏହି ପରିବାର ମାନେ ସରକାରୀ ଯୋଜନାରୁ ବଂଚିତ ହୋଇ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସ୍ଥାୟୀ ଜମି ଖଣ୍ଡେ ପାଇଲେ ଘର କରି ରହିବେ ବୋଲି ବର୍ଷବର୍ଷ ଧରି NAC ଅଫିସ, ତହସିଲ ଅଫିସରେ ବାରମ୍ବାର ଆବେଦନ କଲେ।ଏପରିକି ନୂଆପଡା ଯାଇ ଜିଲ୍ଲା ପ୍ରଶାସନ ପାଖରେ କେତେଥର ହାରିଗୁହାରି କଲେ। ହେଲେ ପ୍ରଶାସନିକ ଅଧିକାରୀ ଙ୍କ ଆନ୍ତରିକତା ର ଅଭାବ ଯୋଗୁଁ ଏହି ଗରିବ ପରିବାର ଲୋକେ ଜାଗା ଖଣ୍ଡିକ ପାଇବା ରୁ ବଂଚିତ ହୋଇ ବନ୍ଧ ହୁଡା ରେ ଦୁର୍ବିସହ ଜୀବନ କାଟୁଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ଏହି ପଡ଼ାବାସୀ ମୌଳିକ ସୁବିଧା ରୁ ବଂଚିତ ଥିବା ଦୃଶ୍ୟ ସାମ୍ନା ରେ ବାରି ହୋଇ ପଡୁଛି । ଝାଟିମାଟି କୁଡ଼ିଆ ସାଙ୍ଗ କୁ ରାସ୍ତା ବିଦ୍ୟୁତ ପାନୀୟ ଜଳର ବ୍ୟବସ୍ତା ଏମାନଙ୍କ ପାଇଁ ସାତ ସପନ ହୋଇଯାଇଛି ।

ସହରାଞ୍ଚଳର ଭୂମିହୀନଙ୍କ ପାଇଁ ଜାଗା ମିଶନ ଯୋଜନା ରହିଛି।ଯାହାକି ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଭୂମି ଦେବାରେ କାର୍ଯ୍ୟ କରିଥାଏ। ହେଲେ ଏହି ଯୋଜନା ଖଡ଼ିଆଳ ପାଇଁ ଆଜି ଯାଏ ପ୍ରଯୁଯ୍ୟ ହୋଇପାରିନାହିଁ ବୋଲି ମନେହୁଏ । ଗୁଡ଼େଲବନ୍ଧ ପଡା ଭଳି ଖଡ଼ିଆଳ ର ବିଭିନ୍ନ ସାହି ରେ ଅନେକ ଭୂମିହୀନ ଚାଳଛପର ଘରେ ଦିନ କାଟୁଛନ୍ତି । ହେଲେ ଏମାନଙ୍କ ପାଇଁ ସରକାର ସତେ ଯେମିତି ଅନ୍ଧ ପାଲଟି ଯାଇଛି । ଖଡ଼ିଆଳ ଗୋଡେଲବନ୍ଦ ହୁଡାର ଦୃଶ୍ୟ ମନକୁ ଆହୁରି ଆନ୍ଦୋଳିତ କରିଥାଏ ଯେତେବେଳ ଖଡ଼ିଆଳ ବିଧାୟକ ଙ୍କ ଚେହେରା ସାମ୍ନା କୁ ଆସେ । ଓଡ଼ିଶାର ଜଣେ ଜଣାଶୁଣା ଉଦୀୟ ମାନ ଯୁବ ଚେହେରା ଅଧିରାଜ ପାଣିଗ୍ରାହୀ ଙ୍କ ନିଜ ଘର ଠାରୁ ମାତ୍ର ଦୁଇଶହ ମିଟର ଦୂର ରେ ଅବସ୍ଥିତ ଏହି ପଡା । ଯଦି ଏମାନଙ୍କ ଅବସ୍ଥା ଏଭଳି ତେବେ ଅଞ୍ଚଳ ର ବିକାଶ ର ନାରା ଦେଉଥିବା ଖଡ଼ିଆଳ ବିଧାୟକ ଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ । ଏହି ପଡ଼ାବାସୀ ରାଜନେତା ଠାରୁ ନେଇ ସରକାରୀ ବାବୁ ଙ୍କୁ ଜଣାଇ ଜଣାଇ ନୟାନ୍ତ ହେବା ପରେ ଭାଗ୍ୟକୁ ଆଦରି ଅତି ଦୁଃଖ କଷ୍ଟ ର ସହ ଜୀବନ କାଟୁଛନ୍ତି ବନ୍ଧ ହୁଡାରେ । ପ୍ରତି ମୁହୂର୍ତ୍ତରେ ସରୀସୃପ ଙ୍କ ଡର କାଳେ ବନ୍ଧ ହୁଡା ଭାଙ୍ଗିଯାଇ ଭାସିଯିବା ଡର ଏହି ପଡ଼ାବାସୀ ଙ୍କ ନିଦ ହଜାଇ ଦେଇଛି । ଖଡ଼ିଆଳ ଗୁଡ଼େଲ ବନ୍ଧ ରେ ରହୁଥିବା ଏହି ଲୋକମାନଙ୍କ ପାଇଁ ମଧ୍ୟ ଜାଗା ମିଶନରେ ଜାଗା ଦେବା କଥା।କିନ୍ତୁ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ କହନ୍ତି ଏହି ଯୋଜନା ସୀମିତ ଲୋକଙ୍କ ପାଇଁ ଓ ସମସ୍ତଙ୍କୁ ଏହି ଯୋଜନାରେ ଯାଗା ମିଳିବା ସମ୍ଭବ ନୁହଁ।ଏଥିରେ ଯୋଉମାନେ ଜାଗା ପାଇବେ ତାହା ଭୁବନେଶ୍ୱରରୁ ତାଲିକା ହୋଇ ଆସିବ।ଗୁଡ଼େଲ ବନ୍ଧ ରେ ଥିବା ବାସିନ୍ଦାଙ୍କ ପାଇଁ କାଉନସିଲର ବୈଠକରେ ପ୍ରସ୍ତାବ କରି ପଠାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ନୂଆପଡା ଜିଲ୍ଲା ଖଡ଼ିଆଳ ଗୁଡ଼େଲବନ୍ଧ ପଡା ବାସୀ ଙ୍କ ଦୁଃଖ ଥମିବା ର ନାଁ ଧରୁନାହିଁ । ସତେ ଯେମିତି ସରକାରୀ ଯୋଜନା ଏମାନଙ୍କ ପାଇଁ ସ୍ୱପ୍ନ ସଦୃଶ ହୋଇଯାଇଛି । ସ୍ଥାନୀୟ ରାଜନେତା ଓ ସରକାରୀ ବାବୁ ଙ୍କ କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗି ଏହି ଗରିବ ଙ୍କ ଉପରେ କେବେ ପଡୁଛି ତା ସହ ବନ୍ଧହୁଡା ରୁ କେବେ ସ୍ଥାନାନ୍ତରିତ ହୋଇ ସରକାରୀ ସୁବିଧା ସୁଯୋଗ ର ଲାଭ ପାଉଛନ୍ତି ସେ ଉପରେ ସମସ୍ତ ଙ୍କ ନଜର । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାଶ୍ମୀରୀ ହିନ୍ଦୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଚିନ୍ତାଶୀଳ ହେବା ଉଚିତ – କୁସୁମ..

Sunil Chandra Nayak

ଲକ୍ଷ୍ମୀ ବଜାର ପୂଜା କମିଟି ହୀରକ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ରାଜ୍ୟପାଳ

Sunil Chandra Nayak

ଆଜିଠାରୁ ଶ୍ରୀ ଶ୍ରୀ ବଳଦେବ ଜିଉ ଙ୍କ ମନ୍ଦିରରେ ଅବଢା ଆରମ୍ଭ.

Sunil Chandra Nayak

Leave a Comment

error: Content is protected !!